୧୭ ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର

ନନ୍ଦିଘୋଷ ବ୍ୟୁରୋ: ୧୭ ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର। ସୁବର୍ଣ୍ଣପୁର ସହରର ସ୍ଥାନୀୟ ଜୟଗୁରୁ ମାର୍କେଟ କମ୍ପ୍ଲେକ୍ସ ରାସ୍ତାକଡ ଡ୍ରେନ ଭିତରୁ ଏକ ୧୭ ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର ହୋଇଛି। ଗତକାଲି ରାତି ପ୍ରାୟ ୧୨ଟା ସମୟରେ ଜୟଗୁରୁ ମାର୍କେଟ କମ୍ପ୍ଲେକ୍ସର ମୁଖ୍ୟ ରାସ୍ତାରେ ଏକ ଅଜଗର ସାପ ରାସ୍ତା ପାର ହେଉଥିଲା। ଏହି ସମୟରେ ରାସ୍ତାରେ ଯାଉଥିବା କିଛି ଲୋକ ଦେଖିଥିବା ବେଳେ ଅଜଗରଟି ରାସ୍ତା କଡ଼ରେ ଥିବା ଡ୍ରେନ୍ ଭିତରକୁ ପଶିଯାଇଥିଲା। ପରେ ସ୍ଥାନୀୟ କିଛି ଲୋକ ସାପ ଉଦ୍ଧାରକାରୀ ଦଳକୁ ଡକାଇ ଡ୍ରେନ ଭିତରୁ ସାପଟିକୁ ବହୁତ୍ କଷ୍ଟରେ ଉଦ୍ଧାର କରି ନିକଟ ଜଙ୍ଗଲରେ ଛାଡ଼ିଦେଇଥିଲେ।