spot_img

Latest Posts

ସ୍ନାନଯାତ୍ରା ନେଇ ବୈଠକ, ଭୋରୁ ପହଣ୍ଡି କରାଯାଇ ସେହି ଦିନଠାରୁ ଅଣସର ନୀତି ଆରମ୍ଭ କରିବାକୁ ଆଲୋଚନା

ପୁରୀ: ଚଳିତ ମାସ ୨୪ ତାରିଖରେ ଅନୁଷ୍ଠିତ ହେବ ଦେବା ସ୍ନାନପୁର୍ଣ୍ଣିମା। କରୋନା କଟକଣା ମଧ୍ୟ କେମିତି ହେବ ଦେବସ୍ନାନ ପୂର୍ଣ୍ଣିମା। ଏ ନେଇ ଆଜି ଶ୍ରୀମନ୍ଦିର ପ୍ରଶାସନ ଓ ଦଇତାପତି ନିଯୋଗ ମଧ୍ୟରେ ବୈଠକ ବସିଥିବା ବେଳେ ଶୃଙ୍ଖଳିତ ଭାବେ ସ୍ନାନଯାତ୍ରା କରିବା ସହ ସ୍ନାନଯାତ୍ରା ଦିନ ଭୋରୁ ଶୀଘ୍ର ପହଣ୍ଡି କରାଯାଇ ସେହି ଦିନଠାରୁ ଅଣସର ନୀତି ଆରମ୍ଭ କରିବାକୁ ବୈଠକରେ ହୋଇଛି ଆଲୋଚନା। ତେବେ ୨ରୁ ୩ଦିନ ଭିତରେ ଛତିଶା ନିଯୋଗ ବୈଠକ କରାଯାଇ ଦେବସ୍ନାନ ପୂର୍ଣ୍ଣମୀ ନେଇ ଚୂଡାନ୍ତ ନୀତି ନିର୍ଘଣ୍ଟ ପ୍ରସ୍ତୁତି ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ  ସୂଚନା ଦେଇଛନ୍ତି।

ଅନ୍ୟପଟେ ତିନି ରଥର ନିର୍ମାଣ ପ୍ରକ୍ରିୟା ଜୋରସୋରରେ ଆଗେଇ ଚାଲିଥିବା ବେଳେ ଗତକାଲି ସୁଦ୍ଧା ଦୁଇଟି ଲେଖା ଗୟଳ ମୋଡ଼ାଯାଇ ଚାରି ନାହାକା ଉଠାଯାଇଥିଲା। ଆଜି ତିନି ରଥରେ ବାକି ଥିବା ଗୟଳ ଗୁଡ଼ିକ ମୋଡ଼ାଯିବା ସହ ରଥରେ ଭୂଇଁ ପକାଯିବା ପାଇଁ ମହାରଣା ମାନେ କାର୍ଯ୍ୟ କରୁଥିବା ଜଣାପଡ଼ିଛି। ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମେତ ଜିଲ୍ଲାପାଳ ରଥ ନିର୍ମାଣ କାର୍ଯ୍ୟ ବୁଲି ଦେଖିଥିବା ବେଳେ ମହାପ୍ରଭୁଙ୍କ କାର୍ଯ୍ୟ ସୁରୁଖୁରୁରେ ସରିବା ପାଇଁ ସମସ୍ତଙ୍କ ସହଯୋଗ କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି। ମହାପ୍ରଭୁଙ୍କ ସମସ୍ତ ଯାତ୍ରାକୁ ନେଇ  ଧାର୍ଯ୍ୟ ସମୟ ପୂର୍ବରୁ ସମସ୍ତ କାର୍ଯ୍ୟ ସୁରୁଖୁରରେ ସାରିବାକୁ ଲକ୍ଷ କରାଯାଏ।

Latest Posts

Don't Miss