ସ୍ନାନପୂର୍ଣ୍ଣିମା ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

Changes In Author Manoj Das International Award Norms

ଭୁବନେଶ୍ବର: ପବିତ୍ର ସ୍ନାନ ପୂର୍ଣ୍ଣିମା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଟ୍ବିଟ୍ ଜରିଆରେ ରାଜ୍ୟବାସୀଙ୍କୁ ଜଣାଇଲେ ଶୁଭେଚ୍ଛା ।ଟ୍ବିଟରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ, ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ଦିବ୍ୟ ଅନୁଭବ ପ୍ରଦାନ କରୁଛି। ଏହା ସହିତ ରାଜ୍ୟବାସୀଙ୍କୁ ସ୍ନାନପୂର୍ଣ୍ଣିମା ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

ସ୍ନାନବେଦୀରେ ଶ୍ରୀଜିଉଙ୍କ ଦର୍ଶନ କରିବାକୁ ପୁରୀ ବଡ଼ଦାଣ୍ଡରେ ଲାଗିଛି ଜନସମୁଦ୍ର । ସଭିଏଁ ସ୍ନାନମଣ୍ଡପରେ ଶ୍ରୀଜିଉଙ୍କ ସ୍ନାନନୀତିକୁ ଦର୍ଶନ କରୁଛନ୍ତି । ଭୋର ୪ଟାରୁ ଜାରି ରହିଛି ମହାପ୍ରଭୁଙ୍କ ସ୍ନାନଯାତ୍ରା ନୀତିକାନ୍ତି । ୧୦୮ ଗରା ସୁବାସିତ ଜଳରେ ସ୍ନାନ କରୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଦୀର୍ଘ ୨ ବର୍ଷ କୋଭିଡ୍ କଟକଣା ପରେ ଆଜି ଭକ୍ତଙ୍କ ମେଳରେ ଚାଲିଛି ସ୍ନାନଯାତ୍ରା । କରୋନା ପାଇଁ ଗତ ଦୁଇବର୍ଷ ସ୍ନାନ ଯାତ୍ରାରୁ ବଞ୍ଚିତ ହୋଇଥିଲେ ଭକ୍ତ । ଚଳିତବର୍ଷ ସଂକ୍ରମଣ ହ୍ରାସ ପାଇଥିବାରୁ ଭକ୍ତଙ୍କୁ ସ୍ନାନ ଯାତ୍ରାରେ ସାମିଲ ହେବାକୁ ଅନୁମତି ମିଳିଛି  ।

ଅଧିକ ଗଳହିକୁ ନଜରରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଆଇନଶୃଙ୍ଖଳା, ଭକ୍ତଙ୍କ ସୁରକ୍ଷା, ଗମନାଗମନ, ଟ୍ରାଫିକ ନିୟନ୍ତ୍ରଣକୁ ଫୋକସରେ ରଖାଯାଇଛି । ୫ ଥାକିଆ ସୁରକ୍ଷା ବ୍ୟବସ୍ଥା ଭିତରେ ରହିଛି ପୁରୀ । ଶୃଙ୍ଖଳିତ ଦର୍ଶନ ପାଇଁ କରାଯାଇଛି ବ୍ୟାରିକେଡ୍ । ଶୃଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ବ ଦିଆଯାଇଛି  । ଭକ୍ତଙ୍କ ପାଇଁ ପାନୀୟ ଜଳ ସହିତ ପ୍ରାଥମିକ ଚିକିତ୍ସାର ବ୍ୟବସ୍ଥା ମଧ୍ୟ କରାଯାଇଛି।