ଅଭିଯୋଗର ୨୪ ଘଣ୍ଟା ଭିତରେ ବନ୍ଦ ହେବ ଫେକ୍ ଆକାଉଣ୍ଟ

1 min read

ନୂଆଦିଲ୍ଲୀ: ୨୪ ଘଣ୍ଟାରେ ବନ୍ଦ ହେବ ଫେକ୍ ସୋସିଆଲ ମିଡିଆ ଆକାଉଣ୍ଟ। ଏନେଇ ନିର୍ଦ୍ଦେଶ ଦେଇଛି କେନ୍ଦ୍ର ଆଇଟି ମନ୍ତ୍ରଣାଳୟ। ଫେସବୁକ୍, ଟ୍ୱିଟର ଓ ଗୁଗୁଲକୁ ଏ ନେଇ IT ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି ।

ସୂଚନା ଅନୁଯାୟୀ, ଫେକ୍ ଆକାଉଣ୍ଟ ସମ୍ପର୍କରେ ଅଭିଯୋଗ ହେବାର ମାତ୍ର ୨୪ ଘଣ୍ଟା ମଧ୍ୟରେ ଆକାଉଣ୍ଟ ଡିଲିଟ କରିବାକୁ ନିର୍ଦ୍ଦେଶ ଦେଇଛି କେନ୍ଦ୍ର ଆଇଟି ମନ୍ତ୍ରଣାଳୟ । କୌଣସି ଜଣାଶୁଣା ବ୍ୟକ୍ତିବିଶେଷ, ବ୍ୟବସାୟ ପ୍ରତିଷ୍ଠାନ ବା ସାଧାରଣ ଲୋକଙ୍କ ନାମରେ ଫେକ୍ ଆକାଉଣ୍ଟ ଥିବା ଜଣାପଡ଼ିଲେ ତତକ୍ଷଣାତ୍ ଏହାକୁ ବନ୍ଦ କରିବାକୁ ପଦକ୍ଷେପ ନେବାକୁ କୁହାଯାଇଛି।

ନୂତନ ଆଇଟି ନିୟମ ଅନୁଯାୟୀ, କୌଣସି ଜଣାଶୁଣା ବ୍ୟକ୍ତିତ୍ୱ ତଥା ବ୍ୟବସାୟ ପ୍ରତିଷ୍ଠାନର ନକଲି ପ୍ରୋଫାଇଲ୍ ଫଟୋ ଲଗାଇ ଖୋଲାଯାଇଥିବା ଆକାଉଣ୍ଟର ୟୁଜରଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ।

Social Media Witnesses Controversial Post Related To Debi Durga, Police Registered FIR

ଉଦାହରଣ ସ୍ୱରୂପ, ଯଦି କେହି ବ୍ୟକ୍ତି ଜଣେ ପ୍ରସିଦ୍ଧ ଚଳଚ୍ଚିତ୍ର ଅଭିନେତା, କ୍ରିକେଟର, ରାଜନେତା, ଅନ୍ୟ କୗେଣସି ୟୁଜର୍ସଙ୍କର ଫଟୋ ବ୍ୟବହାର କରୁଥାନ୍ତି । ଏନେଇ ଅଭିଯୋଗ ହେଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସୋସିଆଲ ମିଡିଆ କମ୍ପାନୀଗୁଡିକ ପାଇଁ ନୂଆ ଆଇଟି ନିୟମରେ ଏହା ଅନ୍ତର୍ଭୁକ୍ତ କରାଯାଇଛି । ଏଭଳି ସ୍ଥଳେ ଯଦି କେହି ବ୍ୟକ୍ତି ଅଭିଯୋଗ କରୁଛନ୍ତି ତାହେଲେ ଅଭିଯୋଗର ସମାଧାନ ସମ୍ପୃକ୍ତ ସୋସିଆଲ୍ ମିଡିଆ କମ୍ପାନୀକୁ କରିବାକୁ ପଡିବ ।

Leave a Reply