ପାକିସ୍ତାନରେ ଇଣ୍ଟରନେଟ୍ ସେବା ଠପ୍, ରହିଛି କି ଦାଉଦର ଲିଙ୍କ?

ଇସଲାମବାଦ: ପାକିସ୍ତାନରେ ସୋସିଆଲ ମିଡିଆ ନିମ୍ନଗାମୀ ହୋଇଥିବାବେଳେ ଇଣ୍ଟରନେଟ୍ ସେବା ଠପ୍ ରହିଛି । କୁହାଯାଉଛି କି, ଏହା ପଛରେ ଦାଉଦ ଇବ୍ରାହିମର ହାତ ଥାଇପାରେ । ଏବେ କରାଚିର ଏକ ମେଡିକାଲରେ ଦାଉଦ ଚିକିତ୍ସିତ ହେଉଥିବା ଖବରକୁ ନେଇ ଗୁଜବ ପ୍ରଚାର ନହେଉ ଏହାକୁ ଦୃଷ୍ଟିରେ ରଖି ଏଭଳି କରାଯାଇଥିବା ସ୍ଥାନୀୟ ଲୋକେ ଦାବି କରିଛନ୍ତି । ସେପଟେ ସରକାରୀ ସୂତ୍ରରୁ କୁହାଯାଇଛି କି, ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ଖାନଙ୍କ ଭର୍ଚ୍ଚୁଆଲ ରାଲି ରହିଥିଲା । ଯାହାକୁ ଦୃଷ୍ଟିରେ ରଖି ଇଣ୍ଟରନେଟ୍ ସେବାକୁ ଜାଣିଶୁଣି ବନ୍ଦ ରଖାଯାଇଥିଲା । ରବିବାର ରାତିରେ ଏହି ରାଲି ରହିଥିବାବେଳେ ଜାଣିଶୁଣି ବନ୍ଦ ରଖାଯାଇଥିଲା । କିନ୍ତୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି କି, ଦାଉଦ ଇବ୍ରାହିମର ଖବର ପ୍ରଚାର ନହେବାକୁ ଏଭଳି କରାଯାଇଛି । ରବିବାରଠାରୁ ବହୁ ଗୁଜବ ମଧ୍ୟ ପାକିସ୍ତାନରେ ଦେଖିବାକୁ ମିଳିଥିଲା ।

ସୂଚନା ଥାଉକି, ପାକିସ୍ତାନର କରାଚିରେ ଅଣ୍ଡରୱାର୍ଲଡ ଡନ୍ ଦାଉଦ୍ ଇବ୍ରାହିମ୍ ଗୁରୁତର । ଅସୁସ୍ଥ ହେବା ପରେ ଦାଉଦ ଇବ୍ରାହିମ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି । କେହି ବିଷ ଦେଇ ହତ୍ୟା କରିବାକୁ ଉଦ୍ୟମ କରିଥିବା ଅନୁମାନ କରାଯାଉଛି । କିନ୍ତୁ ଏ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଗତକାଲିଠୁ କରାଚିରେ ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିବା କୁହାଯାଉଛି । ଦାଉଦ୍ ଇବ୍ରାହିମକୁ ହସ୍ପିଟାଲ୍ ଭିତରେ କଡ଼ା ସୁରକ୍ଷା ବଳୟରେ ରଖାଯାଇଛି । କେବଳ ଉପରିସ୍ଥ ହସ୍ପିଟାଲ କର୍ତ୍ତୃପକ୍ଷ ଓ ତାଙ୍କ ନିକଟ ସମ୍ପର୍କୀୟଙ୍କୁ ସେହି ଫ୍ଲୋରକୁ ପ୍ରବେଶ ଅନୁମତି ରହିଛି । ଅଣ୍ଡରୱାର୍ଲଡ ଡନର ସମ୍ପର୍କୀୟ ଅଲିଶାହ ପାର୍କର ଓ ସାଜିଦ ବାଗଲେଙ୍କ ଠାରୁ ମୁମ୍ବାଇ ପୋଲିସ ଅଧିକ ତଥ୍ୟ ହାସଲ କରିବାକୁ ଚେଷ୍ଟା କରୁଛି । ମୁମ୍ବାଇ ଆକ୍ରମଣର ଅନ୍ୟତମ ମାଷ୍ଟର ମାଇଣ୍ଡ ହେଉଛି ଦାଉଦ ଇବ୍ରାହିମ୍ ।