ହରିଆଣା ହିଂସା ପଛରେ ସୋସିଆଲ ମିଡିଆର ଗୁରୁତ୍ବପୂର୍ଣ୍ଣ ଭୂମିକା, ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ

ଚଣ୍ଡିଗଡ଼: ହରିୟାଣା ହିଂସା ପଛରେ ସୋସିଆଲ ମିଡିଆର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି  । ସାମାଜିକ ଗଣମାଧ୍ୟମରେ ଉତ୍ତେଜିତ କଲା ଭଳି ପୋଷ୍ଟ ସେୟାର ଦ୍ବାରା ହିଂସା ଆହୁରି ଜୋର ଧରିଥିଲା । ଲୋକେ ଉତ୍ତେଜିତ ହୋଇ ହିଂସାରେ ସାମିଲ ହୋଇଥିଲେ  । ଏଭଳି ବୟାନ ଦେଇଛନ୍ତି ହରିୟାଣା ଗୃହମନ୍ତ୍ରୀ ଅନୀଲ ବିଜ୍ । ଏଥିପାଇଁ ଏକ ତିନି ଜଣିଆ କମିଟି ଗଠନ ହୋଇଛି । ସୋସିଆଲ ମିଡିଆରେ ୨୧ ଜୁଲାଇରୁ ୩୧ ଜୁଲାଇ ମଧ୍ୟରେ ହିଂସାକାଣ୍ଡକୁ ନେଇ ହୋଇଥିବା ପୋଷ୍ଟକୁ ସମୀକ୍ଷା କରାଯିବ । ଯେଉଁମାନେ ଏଭଳି ପୋଷ୍ଟ କରିଥିବେ ସେମାନଙ୍କୁ ଉଚିତ ଦଣ୍ଡ ଦିଆଯିବ । ଏଥିସହ ଲୋକଙ୍କୁ ଏଭଳି ପୋଷ୍ଟ ସୋସିଆଲ ମିଡିଆରେ ସେୟାର ନକରିବାକୁ ପରାମର୍ଶ ଦେଇଛନ୍ତି ଗୃହମନ୍ତ୍ରୀ ଅନିଲ ବିଜ୍ ।

ସେପଟେ ରାଜ୍ୟରେ ଶାନ୍ତି ବଜାୟ ରଖିବାକୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ମନୋହାର ଲାଲ ଖଟ୍ଟର । ରାଜ୍ୟରେ ସମସ୍ତଙ୍କୁ ପୋଲିସ ସୁରକ୍ଷା ଦେବା ସମ୍ଭବ ନୁହେଁ । ତେଣୁ ନିଜେ ନିଜର ସୁରକ୍ଷା ଦାୟିତ୍ବ ନିଅନ୍ତୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟରେ ସାମ୍ପ୍ରଦାୟୀକ ହିଂସା ଯୋଗୁଁ ଶହ ଶହ ଗାଡି ଓ ଦୋକାନ ଧ୍ବଂସ ହୋଇଥିବା ବେଳେ ଏବେ ସୁଦ୍ଧା ୬ଜଣଙ୍କ ଜୀବନ ଯାଇଛି ।