spot_img

Latest Posts

୧୮ ବର୍ଷରୁ କମ୍ ପିଲାଙ୍କୁ ସୋସିଆଲ ମିଡିଆ ମନା !

ନୂଆଦିଲ୍ଲୀ : ମାନଙ୍କ ସୋସିଆଲ ମିଡିଆ ବ୍ୟବହାରରେ ଲାଗିବ ରୋକ  ।  ଆଗାମୀ ସମୟରେ ଆପଣଙ୍କ ପିଲାମାନେ ଆପଣଙ୍କ ବିନା ଅନୁମତିରେ ସୋସିଆଲ ମିଡିଆର ଅପବ୍ୟବହାର କରିପାରିବେ ନାହିଁ  । ୧୮ ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ଉପରେ ଲାଗିବ କଟକଣା । କେନ୍ଦ୍ର ସରକାର ଏଭଳି ଏକ ନିୟମ ଆଣିବାକୁ ଯାଉଛନ୍ତି ଯାହା କାର୍ଯ୍ୟକାରୀ ହେବା ପରେ ୧୮ ବର୍ଷରୁ କମ ବୟସର ପିଲାମାନେ ସୋସିଆଲ ମିଡିଆରେ ଆକାଉଣ୍ଟ ଖୋଲିବା ପାଇଁ ହେଲେ ଅଭିଭାବକଙ୍କ ଅନୁମତି ଆବଶ୍ୟକ ପଡିପାରେ । ଏହି ନିମକୁ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ସରକାର ଡିଜିଟାଲ ପର୍ସୋନାଲ ଡାଟା ପ୍ରୋଟେକ୍ସନ ଆକ୍ଟ ବା ଡିପିଡିପି ଡ୍ରାଫ୍ଟ ରୁଲରେ ପର୍ସୋନାଲ ଡାଟା ସୁରକ୍ଷା ପାଇଁ କଡ଼ା ନିୟମାବଳୀ ରଖିଛନ୍ତି । ଏ ସମ୍ପର୍କରେ କେନ୍ଦ୍ର ଇେଲେକ୍ଟ୍ରୋନିକ୍ସ ଏବଂ ଇନଫର୍ମେଶନ ଟେକନୋଲଜି ମନ୍ତ୍ରାଳୟ ପକ୍ଷରୁ ଡ୍ରାଫ୍ଟ ବିଜ୍ଞପ୍ତି ପ୍ରକାଶ ପାଇଛି  ।

ତଥ୍ୟ ସ୍ଥାନାନ୍ତର କରିବା ପୂର୍ବରୁ ଅନୁମୋଦନ ଗ୍ରହଣ କରିବାକୁ ପଡିବ  । ଏହି ଡ୍ରାଫ୍ଟ ଅନୁଯାୟୀ କୈଣସି କମ୍ପାନି ଯଦି ଭାରତୀୟ ବ୍ୟବହାରକାରିଙ୍କ କୈଣସି ତଥ୍ୟକୁ ଦେଶ ବାହାରକୁ ନେବାକୁ ଚାହୁଁଛନ୍ତି ତେବେ  ସରକାରଙ୍କ ଅନୁମତି ନବାକୁ ପଡିବ  ।ଏହି ନିୟମକୁ ସଠିକ ରୂପେ କାର୍ଯ୍ୟକାରୀ କରିବା ପାଇଁ ଏକ ଡାଟା ସୁରକ୍ଷା ବୋର୍ଡ ପ୍ରତିଷ୍ଠା କରାଯିବ  ।ଯାହା ଏକ ଡିଜିଟାଲ ଅଫିସ ପରି କାମ କରିବ  । କୁହାଯାଉଛି ସରକାରଙ୍କ ଏହି ନିୟମ ଲାଗୁ ହେବା ପରେ ତଥ୍ୟ ସହ ହେଉଥିବା ହେରଫେର ସାମ୍ନାକୁ ଆସିବ  ।

ବିଭାଗୀୟ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ତାଙ୍କ ଆକାଉଣ୍ଟରେ ସୂଚନା ଦେଇ କହିଛନ୍ତି  ଡ୍ରାଫ୍ଟ ଡିପିଡିପି ରେ ସମସ୍ତଙ୍କ ମତ ଆହ୍ନାନ କରାଯାଇଛି  ।ଏଥିପାଇଁ ଜାନୁଆରୀ ୩ରୁ ଫେବୃଆରୀ ୧୮ ତାରିଖ ମଧ୍ୟରେ mygov.in ଓ୍ବବସାଇଟ୍ ଜରିଆରେ ନିଜର ମତାମତ ଓ ଅଭିଯୋଗ କରିପାରିବେ  ।  ଫେବୃଆରୀ ୧୮ ତାରିଖ ପରେ  ନିୟମାବଳୀ ସମ୍ପର୍କରେ ନିଷ୍ପତି ନିଆଯିବ  । ବ୍ୟକ୍ତିଗତ ତଥ୍ୟ ଉପରେ ବ୍ୟବହାରକାରୀଙ୍କ ଅଧିକାର , ବ୍ୟକ୍ତଗତ ତଥ୍ୟ ସଂଗ୍ରହ ସମୟରେ ଉଦ୍ଦେଶ୍ୟ ପଚାରିବା ଓ ଡାଟା ଲିକ୍ ପାଇଁ ୨୫୦ କୋଟି ଟଙ୍କା ପର୍ଯ୍ୟନ୍ତ ଫାଇନ ଦେବା ଏହି ବ୍ୟବସ୍ଥା ରହିଛି  ।

Latest Posts

Don't Miss