ପାରିବାରିକ ବଚସାର କରୁଣ ପରିଣତି ; ପୁଅର ମାଡ଼ରେ ମାର ମୃତ୍ୟୁ

ନନ୍ଦିଘୋଷ ବ୍ୟୁରୋ : ଅନୁଗୋଳ ଜିଲ୍ଲା ଜରପଡା ଥାନା ପରା ଗାଁରେ ଅଭାବନୀୟ ଘଟଣା । ପୁଅର ମାଡ଼ରେ ମାର ମୃତ୍ୟୁ ହୋଇଛି । ମୃତ ମହିଳା ହେଲେ ପରା ଗାଁର ଶାନ୍ତିଲତା ପେଣ୍ଠୁଈ । ଜରପଡା ଥାନା ପରା ଗାଁର ମୁଣ୍ଡିଆ ସାହିରେ ବିଳମ୍ବିତ ରାତିରେ କୌଣସି କାରଣକୁ ନେଇ ମାଆ ଓ ସାନ ପୁଅ ରଥି ମଧ୍ୟରେ ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ସାନ ପୁଅ ଏକ ବାଡ଼ିରେ ମାକୁ ପିଟି ଥିଲା । ପୁଅର ମାଡ଼ରେ ମାର ମୁଣ୍ଡ ଫାଟି ଯିବା ସହିତ ବେହୋସ ହୋଇ ପଡି ଯାଇଥିଲେ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଖବର ପାଇ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଚଳାଇଛି ।