spot_img

Latest Posts

ଡାହାଣୀ ସନ୍ଦେହରେ ମାଆକୁ ମାରିଲା ପୁଅ ; ମୟୂରଭଞ୍ଜ ଜିଲ୍ଲା କଲରାଫୁଲିଆ ଗାଁରେ ହତ୍ୟାକାଣ୍ଡ

ନନ୍ଦିଘୋଷ ବ୍ୟୁରୋ : ଡାଆଣୀ ସନ୍ଦେହରେ ମାଆକୁ ମାରିଲା ପୁଅ। ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅନ୍ତର୍ଗତ କଲରାଫୁଲିଆ ଗାଁରେ ହତ୍ୟାକାଣ୍ଡ।   ମୃତକ ହେଲେ ରାଇମଣି ସିଂ। ଖବରପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଭିଯୁକ୍ତ ପୁଅ ତପନ ସିଂଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି। । ଗତ କିଛି ମାସ ପୂର୍ବରୁ ତପନ ର ସ୍ତ୍ରୀ ଘର ଛାଡ଼ି ପଳାଇ ଯାଇଥିଲା। ପୁଣି କିଛି ଦିନ ପୂର୍ବରୁ ତପନ ର ପୁଅ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିବା ଯୋଗୁଁ ତପନ ମାନସିକ ଚାପ ରେ ରହୁଥିବା ବେଳେ ଏ ପ୍ରକାର ଅଘଟଣ ପାଇଁ ସେ ତାର ମାଆ କୁ ସନ୍ଦେହ କରି ହତ୍ୟା କରିଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି। ତେବେ ପ୍ରାଥମିକ ତଦନ୍ତ ପରେ ଘଟଣାର ସତ୍ୟାସତ୍ୟ ସ୍ପଷ୍ଟ ହୋଇଯିବ ବୋଲି ବେତନଟୀ ଏସଡିପିଓ ମିନତୀ ବିଶ୍ୱାଳ କହିଛନ୍ତି।

Latest Posts

Don't Miss