spot_img

Latest Posts

ନ୍ୟାସନାଲ ହେରାଲଡ ମାମଲା: ବରିଷ୍ଠ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି ଓ ସାଂସଦ ରାହୁଲ ଗାନ୍ଧିଙ୍କୁ ଆଶ୍ବସ୍ତି

ବହୁଚର୍ଚ୍ଚିତ ନ୍ୟାସନାଲ ହେରାଲଡ ମାମଲା। ବରିଷ୍ଠ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି ଓ ସାଂସଦ ରାହୁଲ ଗାନ୍ଧିଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଦାୟର ଚାର୍ଜସିଟକୁ ଗ୍ରହଣ କରିବାକୁ ଅଗ୍ରାହ୍ୟ କଲେ ଦିଲ୍ଲୀ କୋର୍ଟ। ବେଆଇନ ଅର୍ଥ କାରବାର ନିରାକରଣ ଆଇନ ବା ପିଏମଏଲଏ ଅନୁସାରେ ଦାୟର ଅଭିଯୋଗ ଯଥାର୍ଥ ନୁହେଁ ବୋଲି କହିଛନ୍ତି ରାଉସ ଆଭେନ୍ୟୁ କୋର୍ଟର ସ୍ବତନ୍ତ୍ର ଜଜ ବିଶାଳ ଗଗନେ। ଏହା ଏକ ପ୍ରାଇଭେଟ ଅଭିଯୋଗ ଅନୁସାରେ ହୋଇ ନଥିବା ସହ ଏହା ଏକ ଏଫଆଇଆର ହୋଇ ନଥିବାରୁ ଏହାକୁ କୋର୍ଟ ଗ୍ରହଣ କରିପାରିବେ ନାହିଁ। ଗତ ୨୦୨୨ ଅଗଷ୍ଟ ୩ ତାରିଖରେ ନ୍ୟାସନାଲ ହେରାଲଡ ଅଫିସ ସିଲ୍ କରିଥିଲା ଇଡି। ପରେ ୨୦୨୫ ଏପ୍ରିଲ ୧୫ରେ ସୋନିଆ, ରାହୁଲ ଓ ସାମ ପିଟ୍ରୋଡାଙ୍କ ବିରୋଧରେ ଇଡି ଚାର୍ଜସିଟ ଦାଖଲ କରିଥିଲା। ଗତ ଏପ୍ରିଲ ୧୬ରେ ସୋନିଆ ଓ ରାହୁଲଙ୍କୁ ସମନ ଜାରି କରିବାକୁ ମନା କରିଥିଲେ ଦିଲ୍ଲୀ କୋର୍ଟ। ଆଜି ମାମଲାର ଶୁଣାଣି କରି ସୋନିଆ ଓ ରାହୁଲଙ୍କ ବିରୋଧରେ ଇଡି ପକ୍ଷରୁ ଦାଖଲ ଚାର୍ଜସିଟକୁ ଗ୍ରହଣ କରିନାହାନ୍ତି କୋର୍ଟ।

Latest Posts

Don't Miss