spot_img

Latest Posts

ହକି ହିରୋଙ୍କୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ଶୈଳୀରେ ବାନ୍ଧକଳା ଉତ୍ତରୀୟ

ସୋନପୁର: ଓଡ଼ିଶା ଆସୁଛନ୍ତି ଟୋକିଓ ହିରୋ। ସୁବର୍ଣ୍ଣପୁରରୁ ଆସୁଛି ସମ୍ବର୍ଦ୍ଧନା ସାମଗ୍ରୀ। ଭାରତ ଦେଖିବ ବାନ୍ଧକଳାର ନିଦର୍ଶନ। ଅଲିମ୍ପିକ୍ସରେ ନୂଆ ଇତିହାସ ଲେଖିଥିବା ଭାରତୀୟ ହକି ଟିମକୁ ସମ୍ବର୍ଦ୍ଧିତ କରିବ ଓଡ଼ିଶା। ଟୋକିଓରେ ଟେକ ରଖିଥିବା ସୁନା ସନ୍ତାନଙ୍କୁ ଓଡ଼ିଶାକୁ ନିମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆସନ୍ତା ୧୭ତାରିଖରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସମ୍ମାନିତ ହେବେ ଭାରତୀୟ ଗର୍ବ। ସମ୍ବର୍ଦ୍ଧନା ଉତ୍ସବକୁ ନିଆରା କରିବାକୁ ହୋଇଛି ସ୍ୱତନ୍ତ୍ର ପ୍ରସ୍ତୁତି। ହକି ଖେଳାଳିଙ୍କ କାନ୍ଧରେ ଶୋଭାପାଇବ ସୁବର୍ଣ୍ଣପୁର ଉତ୍ତରୀୟ। ସମ୍ବଲପୁରୀ କପଡାରେ ନିର୍ମିତ ଉତ୍ତରୀୟ ପ୍ରଦାନ କରିବାକୁ ସରକାର ନିଷ୍ପତ୍ତି ନେଇଥିବାବେଳେ ଏବେ ପ୍ରସ୍ତୁତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ। ସୂକ୍ଷ୍ମ ବାନ୍ଧ କଳାରେ ତିଆରି ହୋଇଥିବା ଏହି ଉତ୍ତରୀୟରେ ରହିଛି ଅଲିମ୍ପିକ୍ସ ଓ ହକି ଷ୍ଟିକର ଚିହ୍ନ ।

ବିଶ୍ୱରେ ସୁବର୍ଣ୍ଣପୁର ଜିଲ୍ଲା ବାନ୍ଧକଳା ପାଇଁ ସ୍ୱତନ୍ତ୍ର ପରିଚୟ ପାଇଛି। ସୂକ୍ଷ୍ମ କାରୁକାର୍ଯ୍ୟ ଓ ଭଳିକିଭଳି ଡିଜାଇନ୍ ପାଇଁ ଏହା ସମସ୍ତଙ୍କର ପସନ୍ଦ ପାଲଟିଛି। ସୂକ୍ଷ୍ମ କଳାରେ ଭରପୂର ଏହି ସ୍ୱତନ୍ତ୍ର ଉତ୍ତରୀୟକୁ ହକି ଖେଳାଳିଙ୍କୁ ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ବାନ୍ଧକଳାରେ ବେଶ୍ ନିପୂଣ ଥିବା ସୁବର୍ଣ୍ଣପୁର ଜିଲ୍ଲା ମେଣ୍ଡା ଗାଁର ବୁଣାକାରମାନଙ୍କୁ ଏହି ଦାୟିତ୍ୱ ପ୍ରଦାନ କରାଯାଇଛି। ହକି ଖେଳାଳିଙ୍କ ପାଇଁ ଉତ୍ତରୀୟ ପ୍ରସ୍ତୁତ କରି ଉତ୍ସାହିତ ଅଛନ୍ତି ଏଠାକାର ଶିଳ୍ପୀ।

ହକି ଟିମର ସଫଳତା ପଛରେ ଓଡ଼ିଶାର ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା। ମୁଖ୍ୟମନ୍ତ୍ରୀଙ୍କ ପ୍ରଚେଷ୍ଟାରେ ଆଜି ଅଲିମ୍ପିକ୍ସରେ ଇତିହାସ ରଚିଛି ଭାରତୀୟ ପୁରୁଷ ହକି ଦଳ।

Latest Posts

Don't Miss