spot_img

Latest Posts

ସାହାଯ୍ୟ କରିବାକୁ ସମ୍ପତ୍ତି ବନ୍ଧକ ରଖିଲେ ସୋନୁ: ୧୦ କୋଟି ଟଙ୍କା କଲେ ସଂଗ୍ରହ

ମୁମ୍ୱାଇ: ମହାମାରୀ ସମୟରେ ମାନବିକତାର ଆଉ ଏକ ନିଦ୍ଦର୍ଶନ ସୃଷ୍ଟି କରିଛନ୍ତି ବଲିଉଡ୍ ଅଭିନେତା ସୋନୁ ସୁଦ ।  ଅସହାୟଙ୍କୁ ସାହାଯ୍ୟ କରିବା ନେଇ ନିଜ ସମ୍ପତ୍ତି ବନ୍ଧକ ରଖିଲେ ଏହି ବଲିଉଡ ଅଭିନେତା । କରୋନା ଲକ୍‌ଡାଉନ୍ ଯୋଗୁଁ ଦେଶର ବିଭିନ୍ନ ସ୍ଥାନରେ ଶ୍ରମିକମାନେ ଫସିରହିଥିବା ବେଳେ ସେମାନଙ୍କ ଘର ବାହୁଡ଼ା ନେଇ ପରିବହନର ବ୍ୟବସ୍ଥା କରିଥିଲେ ସୋନୁ । ତାଙ୍କର ଏହି କାର୍ଯ୍ୟରୁ ସବୁ ବର୍ଗର ଲୋକ ପ୍ରଶଂସା କରିଥିଲେ । ଆଉ ଏବେ ମଧ୍ୟ ସେ ନିଜ ସ୍ୱଅର୍ଜିତ ଅର୍ଥରେ ଲୋକଙ୍କୁ ସାହାଯ୍ୟ ଜାରି ରଖିଛନ୍ତି । ଅସହାୟ ଓ ଗରିବ ଲୋକଙ୍କ ମେସିହା ରୂପେ ଉଭା ହୋଇଥିବା ସୋନୁ ସୁଦ୍‌ଙ୍କର ଆଉ ଏକ ମହାନତା ଏବେ ଲୋକଲୋଚନକୁ ଆସିଛି। ଅଭିନେତା ସୋନୁ ସୁଦ ତାଙ୍କର ଏହି ସହଯୋଗ ଜାରି ରଖିବା ଉଦ୍ଦେଶ୍ୟରେ ମୁମ୍ବାଇର ଜୁହୁରେ ରହିଥିବା ତାଙ୍କର ଆଠଟି ସମ୍ପତ୍ତିକୁ ବନ୍ଧକ ରଖିଛନ୍ତି । ଏବଂ ଏ ବାବଦକୁ ସେ ୧୦ କୋଟି ଟଙ୍କା  ଯୋଗାଡ଼ କରିଛନ୍ତି ।

Sonu Sood wins heart yet again, mortgages his eight properties in Juhu to raise Rs 10 crore for the needy

                ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ମୁତାବକ ସୋନୁ ଦୁଇଟି ଦୋକାନ ଘର, ଜୁହୁ ଶିବ ସାଗର ସିଜିଏଚ୍ଏସ୍  ସ୍ଥିତ ୬ଟି ଫ୍ଳାଟ୍‌କୁ ସେ ବନ୍ଧକ ରଖିଛନ୍ତି । ଷ୍ଟାଣ୍ଡର୍ଡ ଚାର୍ଟଡ ବ୍ୟାଙ୍କ ପକ୍ଷରୁ ତାଙ୍କୁ ଏହି ଋଣ ପ୍ରଦାନ କରାଯାଇଛି । ତେବେ ଋଣ ପାଇବା ନେଇ ୫ ଲକ୍ଷ ଟଙ୍କାର ରେଜିଷ୍ଟ୍ରେସନ୍ ଫି’ ମଧ୍ୟ ସୋନୁ ସୁଦଙ୍କ ପକ୍ଷରୁ ଭରାଯାଇଛି । ରିୟଲ ଇଷ୍ଟେଟ୍ ଏକ୍ସପର୍ଟଙ୍କ କହିବାନୁଯାୟୀ ଏଭଳି ଲୋନ୍ ପାଇଁ ବାର୍ଷିକ ୧୨-୧୫ ପ୍ରତିଶତ ସୁଧ ଦେବାକୁ ପଡ଼େ । ଯାହା ସାଧାରଣ ହୋମ୍ ଲୋନଠାରୁ ଢ଼େର ଅଧିକ । ଅପରପକ୍ଷରେ ସମସ୍ତ ସମ୍ପତ୍ତି ସୋନୁ ଓ ତାଙ୍କ ପତ୍ନୀଙ୍କ ନାମରେ ଥିବା ବେଳେ ତାଙ୍କ ପତ୍ନୀ ଏ ନେଇ ରାଜି ଥିଲେ କି ନାହିଁ ସେ ନେଇ କୌଣସି ସୂଚନା ମିଳିପାରିନାହିଁ ।

ଆସନ୍ତା ଆର୍ଥିକ ବର୍ଷରୁ କମିପାରେ ଆପଣଙ୍କ ‘ଦରମା’: କିନ୍ତୁ ମିଳିବ ଏହି ସବୁ ସୁବିଧା

Latest Posts

Don't Miss