ଭାଇରାଲ ଭିଡିଓ: ସାଇକେଲରେ ଅଣ୍ଡା ପାଉଁରୁଟି ବିକୁଛନ୍ତି ସୋନୁ ସୁଦ

1 min read

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୋନୁ ସୁଦ ଲାଗାତାରା ଭାବେ ଅସହାୟ ଲୋକଙ୍କୁ ସାହାଯ୍ୟ କରି ଆସୁଛନ୍ତି । ପରଦାରୁ ପ୍ରକୃତ ଜୀବନ ହିରୋ ପାଲଟିଥିବା ସୋନୁ ସୁଦ ସୋସିଆଲ ମିଡିଆରେ ଅନେକ ସମୟରେ ମଜାଳିଆ ଭିଡିଓ ସେୟାର କରନ୍ତି । ଏହାସହ ସେ କରୋନା ସମୟରେ ଲୋକଙ୍କୁ କିଛି ନା କିଛି ଭଲ ବାର୍ତ୍ତା ମଧ୍ୟ ଦେଇଥାନ୍ତି । ଏହା ବ୍ୟତୀତ ସୋନୁ ଲୋକଙ୍କୁ ଚାକିରୀ ଦେବା କାମ ମଧ୍ୟ ଆରମ୍ଭ କରିଦେଇଛନ୍ତି । କିନ୍ତୁ ଏଥର ସୋନୁ ସୁଦ ଏକ ନିଆରା ଅନ୍ଦାଜରେ ନଜର ଆସିଛନ୍ତି । ସୋନୁ ଏବେ ତାଙ୍କ ନାଁ ରେ ଏକ ସୁପର ମାର୍କେଟ ମଧ୍ୟ ଖୋଲି ଦେଇଛନ୍ତି ।

ସୋନୁ ସୁଦ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଏକ ଭିଡ଼ିଓ ସେୟାର କରିଛନ୍ତି ଏବଂ ସେଥିରେ ସେ ଏକ ସାଇକେଲରେ ଅଣ୍ଡା-ପାଉଁରୁଟି ବିକ୍ରି କରୁଥିବାର ନଜର ଆସିଛନ୍ତି । ସେ ଏହି ଭିଡ଼ିଓ ସେୟାର କରି କହିଛନ୍ତି ଯେ ସେ ବର୍ତ୍ତମାନ ତାଙ୍କର ନୂଆ ସୁପରମାର୍କେଟ ଖୋଲିଛନ୍ତି । ଆଉ ଏହାର ନାମ ହେଉଛି ‘ସୋନୁ ସୁଦ କା ସୁପରମାର୍କେଟ’ ।

ଭିଡ଼ିଓରେ ସୋନୁ କହିଛନ୍ତି ଯେ, ‘କିଏ କହୁଛି ମଲ୍ ବନ୍ଦ ଅଛି। ଆମର ଏଠାରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ମହଙ୍ଗା ଦୋକାନ ଅଛି । ଦେଖନ୍ତୁ ଏଥିରେ ସବୁକିଛି ଅଛି, ଅଣ୍ଡା ଅଛି, ଯାହାର ମୂଲ୍ୟ ବର୍ତ୍ତମାନ ୬ ଟଙ୍କା । ଏହା ପରେ ପାଉଁରୁଟି ଅଛି, ବଡ ପାଉଁରୁଟି ୪୦ ଟଙ୍କା ଏବଂ ଛୋଟ ରୁଟି ୨୨ ଟଙ୍କା । ଯିଏ ଚାହୁଁଛ, ଶୀଘ୍ର ଅର୍ଡର କର, ମୋର ବିକ୍ରି କରିବାର ସମୟ ହୋଇଗଲାଣି । ଆଉ ହଁ ହୋମ ଡେଲିଭରୀ ପାଇଁ ଚାହୁଁଥିଲେ ଅତିରିକ୍ତ ଚାର୍ଜ ପଡ଼ିବ । ସୋନୁ ସୁଦଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି।

Leave a Reply