ପୋଲିସ କାର୍ଯ୍ୟାନୁଷ୍ଠାନ ବିରୋଧରେ ତୃତୀୟ ଦିନରେ ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ସୋର: ଥାନା ଭିତରେ ଓକିଲଙ୍କୁ ମାଡ଼ ପ୍ରତିବାଦରେ ତୃତୀୟ ସ୍ଥାନରେ ପହଞ୍ଚିଛି ସୋର ଓକିଲ ସଂଘର କାର୍ଯ୍ୟ ବନ୍ଦ ଆନ୍ଦୋଳନ । ଗତ ୪ତାରିଖ ରାତିରେ ସୋର ପୋଲିସ ଓ ଭୁବନେଶ୍ୱର ପୋଲିସ ମିଳିତ ଭାବେ ଜଣେ ଓକିଲଙ୍କୁ ଭଡ଼ା ଘରୁ ଉଠାଇ ଆଣି ଥାନାରେ ନିସ୍ତୁକ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି । ତେବେ ଘଟଣାକୁ ତୀବ୍ର ବିରୋଧ କରିବା ସହ ଘଟଣାକୁ ନିନ୍ଦା କରିଛି ଓକିଲ ସଂଘ । ଓକିଲଙ୍କ ଉପରେ ହୋଇଥିବ ମାଡ଼ ପ୍ରତିବାଦରେ ଓକିଲ ସଙ୍ଘ ସୋର କୋର୍ଟ ସମୁଖରେ ଆନ୍ଦୋଳନ ଜାରି ରଖିଛି । ସୋର କଲେଜ ଛକରେ ସୋର କୋର୍ଟର ଓକିଲ ଧୀରେନ ଦାସ ପରିବାର ସହ ଭଡ଼ାରେ ରୁହନ୍ତି । ଗତ ୪ ତାରିଖ ରାତିରେ ଭୁବନେଶ୍ୱର ନୟାପଲ୍ଲୀ ଥାନା ଓ ସୋର ପୋଲିସ ମିଳିତ ଭାବେ ଏକ ମାମଲାକୁ ନେଇ ଧୀରେନ ଦାସଙ୍କ ଘରେ ପହଞ୍ଚିଥିଲା ସେଠାରେ ତାଙ୍କୁ ଗେଟ ଖୋଲିବାକୁ କହିଥିଲା ଯେହେତୁ ଧୀରେନ ଦାସ ଭଡ଼ା ଘରେ ରହୁଛନ୍ତି ସେ କହିଥିଲେ ଘର ମାଲିକଙ୍କୁ କୁହନ୍ତୁ ପୁଲିସ ଏଥିରେ ଉତକ୍ଷୀପ୍ତ ହୋଇ ତାଙ୍କ ଗ୍ରୀଲ ଭାଙ୍ଗି ତାଙ୍କୁ ସେଠାରେ ମାଡ ମାରି ସୋର ଥାନାକୁ ଆଣି ମାଡ଼ ମାରିଥିଲା ଓ ଧୀରେନ ଦାସଙ୍କୁ ମାଡ଼ମାରିବା ପରେ ଥାନା ଭିତରେ ସେ ଅଚେତ ହୋଇପଡିଥିଲେ । ପୋଲିସ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିଲେ ତାଙ୍କ ପୁଅକୁ ମଧ୍ୟ ସେହି ଅଭିଯୋଗରେ ମାଡ ମାରି ଦୀର୍ଘ ୧୨ଘଣ୍ଟା ଅଟକ ପୋଲିସ ରଖିଥିଲା  ।  ସମ୍ପୃକ୍ତ ପୋଲିସ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ସୋର ଓକିଲ ସଙ୍ଘ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କୋର୍ଟ ଅଚଳ କରାଯିବା ପାଇଁ ଚେତାବନୀ ଦେଇଛନ୍ତି । ଆଜି ବାଲେଶ୍ଵର ଜିଲ୍ଲା ଜଜ ଆନ୍ଦୋଳନ ସ୍ଥାନ ରେ ପହଁଚି ଓକିଲ ମାନଙ୍କୁ ବୁଝାଇଥିଲେ ମଧ୍ୟ ଓକିଲ ମାନେ ତାଙ୍କ ଜିଦ ରେ ଅଟଳ ଅଛନ୍ତି । କୋର୍ଟ ଅଚଳ ନେଇ ସାଧାରଣ ଲୋକ ମାନେ ନାହିଁନଥିବା ଅସୁବିଧାରେ ସମ୍ମୁଖୀନ ହୋଇଥିବା ଜଣାପଡିଛି ।

ଏଥିସହିତ ପଢ଼ନ୍ତୁ: ରାଜଧାନୀରୁ ଧରାପଡ଼ିଲେ ହାଇ ପ୍ରୋଫାଇଲ ଚୋରଣୀ: ଦିଲ୍ଲୀରୁ ଲୁଟିଥିଲେ କୋଟିଏ ଟଙ୍କାର ହୀରା ଓ ସୁନା

Leave a Reply