ପ୍ରାର୍ଥୀ ଚୟନ ନେଇ ସୋର ବିଜେପିରେ ବଢୁଛି ଅସନ୍ତୋଷ

ବାଲେଶ୍ବର: ବିଜେପିର ପ୍ରାର୍ଥୀ ଚୟନ ନେଇ ସୋରରେ ବଢୁଛି ଅସନ୍ତୋଷ । ସୋର ପ୍ରତି ଅନ୍ୟାୟ କରିଛନ୍ତି ବିଜେପିର ରାଜ୍ୟ ନେତୃତ୍ୱ । ଜଣେ ବାହାର ଲୋକକୁ ବିଧାୟକ ପ୍ରାର୍ଥୀ କରି ସୋର ମାଟିକୁ ଅପମାନ କରିବା ଠିକ୍ ନୁହଁ ବୋଲି କହିଛନ୍ତି ସୋର ବିଜେପିର କର୍ମୀ ଏବଂ କର୍ମକର୍ତ୍ତା । ନିର୍ବାଚନକୁ ଆଉ ମାତ୍ର ଦିନ କେଇଟା ବାକି ଥିବା ବେଳେ ଆଜି ଯାଏ କାହିଁକି ପ୍ରାର୍ଥୀ ପରିବର୍ତ୍ତନ କରାଯାଉ ନାହିଁ ବୋଲି ପ୍ରଶ୍ନ କରିଛି ସୋର ବିଜେପି । ଏନେଇ ଆଜି ସୋର ସ୍ଥିତ ରାଧାନାଥ ସ୍ମୃତି ମଣ୍ଡପ ଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହେଉଛି। ଏହି ସଭାରେ ସୋର ବିଧାୟକ ପର୍ଶୁରାମ ଧଡ଼ା, ବିଧାୟକ ଆଶାୟୀ ପ୍ରାର୍ଥୀ ରାକେଶ ମଲ୍ଲିକ,   ଭଦ୍ରକ ସଂସଦୀୟ କ୍ଷେତ୍ରର ପର୍ଯ୍ୟବେକ୍ଷକ ଇଶ୍ୱର ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ ।  ଖୁବ ଶୀଘ୍ର ବିଧାୟକ ପ୍ରାର୍ଥୀ ପରିବର୍ତ୍ତନ କରାଯାଇ ସୋର ମାଟିର ପୁଅକୁ ପ୍ରାର୍ଥୀ କରିବା ପାଇଁ ଦାବି କରିଛନ୍ତି । ଆଜିର ସଭା ରାଜ୍ୟ ବିଜେପି ର ଶୀର୍ଷ ନେତୃତ୍ୱଙ୍କ ପାଇଁ ଏକ ଆହ୍ଵାନ । ବିଜେପିର ସମସ୍ତ କର୍ମ କର୍ତ୍ତା ପଦବୀରୁ ଇସ୍ତଫା ଦେଇ ସ୍ୱାଧୀନ ଭାବେ ସାଂସଦ ଓ ବିଧାୟକ ପ୍ରାର୍ଥୀ ଦେବେ ବୋଲି ମତ ରଖିଛନ୍ତି ।