’ଶଙ୍ଖା ସିନ୍ଦୁର ଓହ୍ଲାଇ ରାତିରେ ଘରୁ ପଳାଇଥିଲା, ସ୍ତ୍ରୀକୁ ଡିଏଫ୍ଓ ପାଖରେ ରାତିରେ ଦେଖିଥିଲା ସୌମ୍ୟ’

1 min read

ସୋର: ଖୋଲୁଛି ସୌମ୍ୟଙ୍କ ମୃତ୍ୟୁର ଗୁମର। ପାରଳାଖେମୁଣ୍ଡିରୁ ଆସିଥିବା ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ମୃତ ସୌମ୍ୟଙ୍କ ମା’ ଓ ମାମୁଙ୍କୁ ପଚରାଉଚରା କରିଛି। ପଚରାଉଚରା ପରେ ସାମ୍ନାକୁ ଆସିଛି ଚମକାଇଦେଲା ଭଳି ତଥ୍ୟ। ଯାହା ଶୁଣିଲେ ସୌମ୍ୟଙ୍କ ସ୍ତ୍ରୀଙ୍କ ଉପରକୁ ହତ୍ୟା ସନ୍ଦେହରେ ଆଙ୍ଗୁଠି ଉଠୁଛି। ପଚରାଉଚରା ବେଳେ, ପୋଲିସ ଆଗରେ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ସୌମ୍ୟଙ୍କ ମା’। ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହେଉଥିଲା ବୋଲି କହିଛନ୍ତି ସୌମ୍ୟଙ୍କ ମା’।

ମାନଙ୍କ ବୟାନ ପରେ ବିଦ୍ୟା ଏବଂ ଡିଏଫ୍‌ଓଙ୍କ ନାମ ଏବେ ଧିରେ ଧିରେ ପଦାକୁ ଆସିବାରେ ଲାଗିଛି। ସୌମ୍ୟଙ୍କ ମା’ଙ୍କ କହିବା ମୁତାବକ ଜାଗର ଆଗରୁ ପୁଅବୋହୂ ଭୁବନେଶ୍ୱର ଆସିଥିଲେ। ଭୁବନେଶ୍ୱରରୁ ଘରକୁ ଗଲାପରେ ଆରମ୍ଭ ହୋଇଥିଲା ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ କଳହ। ଏମିତି କଥା ମା’ଙ୍କୁ ଫୋନକରି କହି ସବୁ ଦୁଃଖ ଜଣାଇଥିଲେ ବୋଲି ତାଙ୍କ ମା କହିଛନ୍ତି। ଦିନେ ରାତିରେ କଳି ଲଗାଇ ଶଙ୍ଖା ସିନ୍ଦୁର ଓହ୍ଲାଇ ବିଦ୍ୟା ଘର ଛାଡ଼ି ପଳାଇଥିଲେ  ବୋଲି ସୌମ୍ୟ ତାଙ୍କୁ କହିଥିବା ସେ ଦାବି କରିଛନ୍ତି ।

ବିଦ୍ୟା ଘର ଛାଡି ପଳେଇବା ପରେ ସୌମ୍ୟ ତାଙ୍କୁ ବହୁତ ଖୋଜାଖୋଜି କରିଥିଲେ ହେଲେ ପାଇନଥିଲେ। ତାପରେ ରାତିରେ ଡିଏଫ୍ଓଙ୍କ ଘରେ ବିଦ୍ୟାଙ୍କୁ ଦେଖିବାକୁ ପାଇଥିଲେ ସୌମ୍ୟ। ଏହାପରେ ଡିଏଫ୍‌ଓଙ୍କ ସହ ବିଦ୍ୟାଭାରତୀଙ୍କ ସମ୍ପର୍କ ଥିବା ମାଆଙ୍କୁ କାନ୍ଦିକାନ୍ଦି କହିଥିଲେ ସୌମ୍ୟ। ବିଦ୍ୟା ସବୁବେଳେ ଏକୁଟିଆ ରହିବାକୁ ବସନ୍ଦ କରୁଥିଲେ । ଘରେ ସୌମ୍ୟଙ୍କ ସହ କଥା ହେଉନଥିଲେ କିନ୍ତୁ ଡିୟୁଟିରେ ଥିବେ ବେଳେ କଥା ହେଉଥିଲେ।  ଭୋଜିଭାତ ବାହାନାରେ ଘରକୁ  ଡିଏଫ୍‌ଓ ଆସୁଥିଲେ ବୋଲି କହିଛନ୍ତି ସୌମ୍ୟଙ୍କ ମାଆ। ଏମିତି କିଛି ତଥ୍ୟ ଦେଇଛନ୍ତି ବିଦ୍ୟାଙ୍କ ମାଆ। ଏମିତି ତଥ୍ୟ ପରେ ଏବେ ବୋହୁ ବିଦ୍ୟା ଏବଂ ଡିଏଫ୍‌ଓ ଙ୍କ ମଧ୍ୟରେ ଅନୈତିକ ସମ୍ପର୍କ ଥିବା ସନ୍ଦେହ ଘେରକୁ ଆସିଛି।

Leave a Reply