ସୌମ୍ୟ-ବିଦ୍ୟା ବିବାହ ଥିଲା କଣ୍ଟ୍ରାକ୍ଟ ମ୍ୟାରେଜ୍, ବାହାଘରର ବର୍ଷେ ପର୍ଯ୍ୟନ୍ତ ରହିନଥାନ୍ତା ସମ୍ପର୍କ !

1 min read

ସୋର: ଏସିଏଫ୍ ସୌମ୍ୟ କେମିତି ମଲେ ? ତାଙ୍କୁ ହତ୍ୟା କରାଯାଇଥିଲା ନା ସେ ଆତ୍ମହତ୍ୟା କରିଥିଲେ ? ଏହି ପ୍ରଶ୍ନର ଉତ୍ତର ଏବେ ପୋଲିସ ଖୋଜୁଛି । କିନ୍ତୁ ଏହା ଭିତରେ ସୌମ୍ୟଙ୍କ ବୈବାହିକ ଜୀବନ ସୁଖଦ ନଥିଲା ଏହାର ପ୍ରମାଣ ଧିରେ ଧିରେ ମିଳିବାରେ ଲାଗିଲାଣି । ସୌମ୍ୟଙ୍କ ପରିବାର ଓ ସମ୍ପର୍କୀୟ ଆଗରୁ ଏହି ଅଭିଯୋଗ କରି ଆସୁଥିବା ବେଳେ ଏବେ ମାମୁ ଓ ମା’ ଦେଇଛନ୍ତି ବିସ୍ଫୋରକ ବୟାନ ।

ସୌମ୍ୟଙ୍କ ମାମୁଏବେ ଭଣଜାର  ବିବାହକୁ ହିଁ ନେଇ ପ୍ରଶ୍ନ ଉଠାଇଛନ୍ତି। ତାଙ୍କ ଅନୁସାରେ ଭାଣିଜି ବୋହୁ ଓ ଭଣଜା ମଧ୍ୟରେଗୋଟିଏ ଚୁକ୍ତି ହୋଇଥିଲା। ଏହି ଚୁକ୍ତି ଅନୁସାରେ ବାହାଘରର ବର୍ଷକ ପର୍ଯ୍ୟନ୍ତ ଉଭୟଙ୍କ ମଧ୍ୟରେ ସ୍ୱାମୀ-ସ୍ତ୍ରୀର ସମ୍ପର୍କ ରହିବ ନାହିଁ। ଦୁହେଁ ସାଙ୍ଗ ଭାବରେ ଏକାଠି ରହିବେ। ବର୍ଷେ ପରେ ଦୁହିଁଙ୍କ ମଧ୍ୟରେ ସ୍ୱାମୀ ସ୍ତ୍ରୀର ସମ୍ପର୍କ ରହିବ। ଏହି କଣ୍ଟ୍ରାକୁ ନେଇ ସୌମ୍ୟଙ୍କ ମାମୁ କ୍ୟାମେରା ଆଗରେ ଏମିତି ବୟାନ ଦେଇଛନ୍ତି। ତାଙ୍କ ଅଭିଯୋଗ ଯେ, ବିଦ୍ୟା ଭାରତୀଙ୍କର ଡିଏଫଓଙ୍କ ସହ ଅନୈତିକ ସମ୍ପର୍କ ଥିଲା।

ଅନ୍ୟପକ୍ଷରେ ସୌମ୍ୟଙ୍କ ମାମୁ ଭଣଜା ଓ ବିଦ୍ୟା ଭାରତୀଙ୍କ ମଧ୍ୟରେ  ଦରମା ଓ ସ୍ତାବର ତଥା ଅସ୍ତାବର ସମ୍ପତ୍ତିକୁ ନେଇ ଚୁକ୍ତି ହୋଇଥିବା ନେଇ ଅଭିଯୋଗ କରିଛନ୍ତି । ଚଳିତ ବର୍ଷ ଅର୍ଥାତ ଜୁଲାଇ ୯ ତାରିଖ ୨୦୨୧ର ଏହି ଚୁକ୍ତିପତ୍ର ସୌମ୍ୟ ଓ ବିଦ୍ୟା ଭାରତୀ ପଣ୍ଡାଙ୍କ ମଧ୍ୟରେ ହୋଇଥିଲା । ଚୁକ୍ତି ଅନୁସାରେ ସୌମ୍ୟଙ୍କ ଦରମା ତଥା ସ୍ତାବର ଓ ଅସ୍ତାବର ସମ୍ପତ୍ତି ଉପରେ ବିଦ୍ୟା ଭାରତୀଙ୍କ ଅଧିକାର ରହିବ । ଚୁକ୍ତିପତ୍ରର ନକଲ ମଧ୍ୟ ସେ ମିଡିଆକୁ ଦେଇଛନ୍ତି ।

ସୌମ୍ୟଙ୍କ ମାମୁ କେବଳ ଏତିକିରେ ଅଟକି ନାହାନ୍ତି । ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ,  ବ୍ୟାଚଲର ପାର୍ଟି ଦେବାକୁ କହି ସୌମ୍ୟଙ୍କୁ ବଲାଙ୍ଗୀର ନେଇଥିଲେ ବିଦ୍ୟାଭାରତୀ। ସେଠାରୁ ଫେରିବା ପରେ ସୌମ୍ୟଙ୍କ ପାଖକୁ ବିଦ୍ୟାଙ୍କର କିଛି ଅଶ୍ଲୀଳ ଫଟୋ ଆସିଥିଲା । ଏହି ଫଟୋ ଦେଖି ତାଙ୍କ ଭଣଜା ଚେତା ହରାଇଥିଲେ ଓ ତାଙ୍କୁ ମେଡିକାଲ ନିଆଯାଇଥିଲା ବୋଲି ସେ କହିଛନ୍ତି । ବ୍ୟାଚଲର ପାର୍ଟିରେ ଯୋଗ ଦେବାକୁ ବଲାଙ୍ଗୀରରେ ପହଂଚିବା ପରେ ସୌମ୍ୟଙ୍କୁ ସେଠାରୁ ଚାଲିଯିବାକୁ ବିଦ୍ୟା କହିଥିଲେ ବୋଲି ସେ କହିଛନ୍ତି । ସୌମ୍ୟ ବଲାଙ୍ଗୀରରୁ ଫେରିବା ପରେ ବିଦ୍ୟା ତାଙ୍କୁ ୩୦ ହଜାର ଟଙ୍କା ପଠାଇବାକୁ କହିଥିଲେ । କିନ୍ତୁ ସୌମ୍ୟ ପଠାଇ ନଥିଲେ ବୋଲି ତାଙ୍କ ମାମୁ କହିଛନ୍ତି ।

ସୌମ୍ୟଙ୍କ ମାମୁଁଙ୍କ ଅଭିଯୋଗ ଯେ, ତାଙ୍କ ଭଣଜାକୁ ଅନ୍ୟତ୍ର ମାରି ଘରକୁ ଅଣାଯାଇଥିଲା। କାରଣ ମୃତ ଦେହ ପଡ଼ିଥିବା ସ୍ଥାନରେ ଏମିତି କୌଣସି ଚିହ୍ନ ନଥିଲା ଯାହା ସେହିଠାରେ ମୃତ୍ୟୁ ହୋଇଥିବାକୁ ସନ୍ଦେହ କରାଯାଇପାରିବ। ଏହା ସମ୍ପୂର୍ଣ୍ଣ ହତ୍ୟା ବୋଲି ମାମୁଁ କହିଛନ୍ତି।

Leave a Reply