ବାତ୍ୟାରେ ଏମିତି ପ୍ରଭାବିତ ହୋଇଥିଲା ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ବଙ୍ଗଳା, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ଚେନ୍ନାଇ: ଚାଲି ଯାଇଛି ବାତ୍ୟା ମ୍ୟାଗଜୋମ। କିନ୍ତୁ ଏବେ ମଧ୍ୟ ଏହାର ଚିହ୍ନ ବେଶ ଦୁଃଖ ଦେଉଛି। ତାମିଲନାଡ଼ୁରେ ବାତ୍ୟାର ପ୍ରଭାବ ଅଧିକ ରହିଥିବାବେଳେ ଏବେ ମଧ୍ୟ କିଛି ସ୍ଥାନ ଜଳମଗ୍ନ ହୋଇ ରହିଛି। ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କେବଳ ସାଧାରଣ ଲୋକ କାହିଁକି କଳାକାରଙ୍କ ଘର ମଧ୍ୟ ପ୍ରଭାବିତ ହୋଇଛି । ସୁପରଷ୍ଟାର ରଜନୀକାନ୍ତଙ୍କ ଆଲିସାନ ବଙ୍ଗଳା ମଧ୍ୟ ପ୍ରଭାବିତ ହୋଇଛି । ଘର ବାହାରେ ପାଣି ଜମି ରହିଥିବାବେଳେ ଯାତାୟତରେ ବହୁ ଅସୁବିଧା ଉପୁଜିଛି । ରଜନୀକାନ୍ତ ଘର ସାମନାରେ ରହିଥିବା ପାଣିର ଭିଡିଓକୁ ଜଣେ ୟୁଜର୍ସ ସେୟାର କରିଥିବାବେଳେ ଏବେ ଏହା ଭାଇରାଲ ହେବାରେ ଲାଗିଛି ।

ବାତ୍ୟା ପ୍ରଭାବରେ ତାମିଲ କଳାକାରଙ୍କ ଘରେ ମଧ୍ୟ ବିଜୁଳି ନଥିବାବେଳେ ସମେସ୍ତ କିଭଳି ଦିନ କାଟୁଥିଲେ କିଛି ଭିଡିଓ ମଧ୍ୟ ସେୟାର କରିଥିଲେ । ତେବେ ଏକ ଫିଲ୍ମର ସୁଟିଂ ପାଇଁ ଯାଇଥିବାବେଳେ ତାଙ୍କ ଘର ପ୍ରଭାବିତ ହୋଇଛି । ଯଦିଓ ସେମିତି କିଛି ଅସୁବିଧା ହୋଇନାହିଁ ତଥାପି ପାଣି ଭରି ରହିଛି । ଷ୍ଟାରମାନେ ପାଣି ପାଇଁ ଏବେ ଘରେ ଅଟକି ରହିଛନ୍ତି। ସେପଟେ ବାତ୍ୟାରେ କ୍ଷତି ପାଇଁ ସହାୟତାର ହାତ ବଢ଼ାଇଛନ୍ତି ତାମିଲ ଷ୍ଟାରମାନେ। ବାତ୍ୟା ପାଇଁ ଇଣ୍ଟରନେଟ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଛି । ତେବେ ବାତ୍ୟାରେ ଅନେକଙ୍କ ଧନ ନଷ୍ଟ ହୋଇଥିବାବେଳେ ଜୀବନ ମଧ୍ୟ ଯାଇଛି ।