ଆଜି ଦକ୍ଷିଣ କୋରିଆ ରାଷ୍ଟ୍ରପତି ନିର୍ବାଚନ

ନନ୍ଦିଘୋଷ ବ୍ୟୁରାେ: ଆଜି ଦକ୍ଷିଣ କୋରିଆ ରାଷ୍ଟ୍ରପତି ନିର୍ବାଚନ । ସାରା ବିଶ୍ବର ଆଖି ଦକ୍ଷିଣ କୋରିଆ ରାଷ୍ଟ୍ରପତି ନିର୍ବାଚନ ଉପରେ । ଗତବର୍ଷ ଡିସେମ୍ବରରେ ୟୁନ ସୁକ୍ ୟୋଲ ସାମୟିକ ଭାବେ ମାର୍ଶାଲ ଆଇନ ଲାଗୁ କରିବାରୁ ତାଙ୍କୁ ବିରୋଧରେ ଆସିଥିବା ମହାଭିଯୋଗ ପ୍ରସ୍ତାବ କ୍ରମେ ସେ ରାଷ୍ଟ୍ରପତି ପଦରୁ ବିଦା ହୋଇଥିଲେ । ଡେମୋକ୍ରାଟିକ ପାର୍ଟି ପ୍ରାର୍ଥୀ ଲି ଜାଏ ମିୟୁଙ୍ଗ ହୋଇଥିବାବେଳେ ପିପୁଲ ପାଓ୍ବାର ପାର୍ଟି ପ୍ରାର୍ଥୀ କିମ୍ ମୁନ ସୁ ମଇଦାନରେ ଅଛନ୍ତି । ରିଫର୍ମ ପାର୍ଟିରୁ ପ୍ରାର୍ଥୀ ଅଛନ୍ତି ଲି ଜୁନ ସିଓକ। ପ୍ରକୃତପକ୍ଷେ ସଂସଦର କାର୍ଯ୍ୟକାଳ ଅବଧି ମାର୍ଚ୍ଚ ୨୦୨୭ ଯାଏ ଥିଲା । ମାତ୍ର ୟୋଲଙ୍କୁ ବହିଷ୍କାର କରିବା ଯୋଗୁ ବର୍ତ୍ତମାନ ରାଷ୍ଟ୍ରପତି ନିର୍ବାଚନ ହେଉଛି । ଦକ୍ଷିଣ କୋରିଆ ପ୍ରତିଷ୍ଠା ହେବା ପରେ ଏହା ହେଉଛି ଦେଶର ଷଷ୍ଠ ସାଧାରଣ ନିର୍ବାଚନ । ୩ ଡିସେମ୍ବର୨୦୨୪ରେ ୟୋଲ ମାର୍ଶାଲ ଆଇନ ଲାଗୁ କରିବା ପରେ ୧୪ ଡିସେମ୍ବରରେ ତାଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆସିଥିଲା । ୩୦୦ ସାଂସଦଙ୍କ ମଧ୍ୟରୁ ଏହି ପ୍ରସ୍ତାବକୁ ସମର୍ଥନ କରିଥିଲେ ୨୦୪ ସାଂସଦ । ୪ ଏପ୍ରିଲ ୨୦୨୫ରେ ଏହି ପ୍ରସ୍ତାବକୁ ଯଥାର୍ଥ କହିଲେ ସାମ୍ବିଧାନିକ କୋର୍ଟ ।
ଦୁଇ ପ୍ରମୁଖ ପ୍ରାର୍ଥୀ କିଏ ?
ଡେମୋକ୍ରାଟିକ ପାର୍ଟି ପ୍ରାର୍ଥୀ ଲି ଜାଏ ମିୟୁଙ୍ଗ । ସିଓଲଠାରୁ ୨୪୦ କିଲୋମିଟର ଦୂର ଅନ୍ଦୋନଙ୍ଗରେ ଲି ଜାଏଙ୍କ ଜନ୍ମ । ଜାନୁଆରୀ ୨୦୨୪ରେ ବୁସାନରେ ତାଙ୍କୁ ଛୁରାମାଡ ହୋଇଥିଲା । ଅର୍ଥନୈତିକ ଅସମାନତା ଦୂର ଲାଗି ଲି ଜାଏଙ୍କ ପ୍ରତିଶ୍ରୁତି । ନିବେଶ ଜରିଆରେ ଅର୍ଥନୈତିକ ଅଭିବୃଦ୍ଧି ଲକ୍ଷ୍ୟ । ଆମେରିକା, ଜାପାନ ସହ ଅଧିକ ସମ୍ପର୍କ ଲକ୍ଷ୍ୟ । ରାଷ୍ଟ୍ରପତିଙ୍କ ଅଫିସ ଓ ଜାତୀୟ ଆସେମ୍ବ୍ଲିକୁ ସିଜଙ୍ଗ ସହରକୁ ନେବାକୁ ପ୍ରତିଶ୍ରୁତି । ଦାରିଦ୍ର୍ୟ ଭିତରେ ଏକ କାରଖାନାରେ କାମ କରୁଥିଲେ ଲି ଜାଏ ମିୟୁଙ୍ଗ । ପରେ ମାନବାଧିକାର ଓକିଲ ଭାବେ କରିଥିଲେ କାମ । ମେୟର, ଗଭର୍ଣ୍ଣର ଓ ସାଂସଦ ଥିଲେ ଲି ଜାଏ ମିୟୁଙ୍ଗ ।
ପିପୁଲ ପାଓ୍ବାର ପାର୍ଟିର ନେତା କିମ୍ ମୁନ ସୁ । ନିଯୁକ୍ତି ଓ ଶ୍ରମମନ୍ତ୍ରୀ ଥିଲେ କିମ୍ ମୁନ୍ । ୟେଙ୍ଗଚେଓନରେ କିମ ମୁନ ସୁଙ୍କ ଜନ୍ମ । ୧୯୮୦ରେ ଏକଛତ୍ରବାଦୀ ଶାସକ କରିଥିଲେ ଗିରଫ । ୭୩ ବର୍ଷ ବୟସ୍କ କିମ ମୁନ ସୁ ଜଣେ ଛାତ୍ରନେତା ଥିଲେ ।