spot_img

Latest Posts

ମକା ପୋଡ଼ିବା ବେଳେ ଜୀବନ୍ତ ଜଳିଗଲେ ୯ ଶିଶୁ

ପାଟନା: ବିହାରର ଅରାରିୟା ଓ ଭାଗଲପୁର ଜିଲ୍ଲାରେ ନିଆଁ ଲାଗି  ୯ ଜଣ ଶିଶୁଙ୍କର ମୃତ୍ୟୁ ହୋଇଛି। ଅରାରିୟାର ପଲାସୀ ବ୍ଲକରେ ମଙ୍ଗଳବାର ଏହି ଘଟଣା ଘଟିଛି। ମକା ପୋଡିବା ବେଳେ ନିଆଁ ଲାଗି ୬ ଜଣ ପିଲା ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ସେଭଳି ଭାଗଲପୁରୀରେ ମଧ୍ୟ ଏକ ଘରେ ନିଆଁ ଲାଗିଯିବା କାରଣରୁ ୩ ଜଣ ପିଲାଙ୍କର ମୃତ୍ୟୁ ହୋଇଯାଇଛି।

ଅରାରିୟା ଜିଲ୍ଲାର ପଲାସୀ ଥାନ୍ତ ଅନ୍ତର୍ଗତ କଭେୟା ଗାଁର ୬ ଜଣ ପିଲା ମକା ପୋଡୁଥିଲେ। ତେବେ ନିଆଁ ଝୁଲ ପାଖରେ ଥିବା ଏକ ପାଳରେ ତିଆରି କୁଡିଆରେ ପଡିବା କାରଣରୁ ସେଥିରେ ନିଆଁ ଲାଗିଯାଇଥିଲା। ପିଲାମାନେ ଭୟରେ ଆଉ ଏକ କୁଡିଆ ଘର ଭିତରେ ଲୁଚି ଯାଇଥିଲେ, ହେଲେ ନିଆଁ ସେହି  ଘର ଭିତରେ ଲାଗିଯାଇଥିବାରୁ ତାହା ଜଳି ଯାଇଥିଲା । ପିଲାମାନେ ମଧ୍ୟ ନିଆଁରେ ଜଳି ଯାଇଥିଲେ।

ସମସ୍ତଙ୍କ ପିଲାଙ୍କର ବୟସ ୫ ରୁ ୬ ବର୍ଷ ଭିତରେ ରହିଛି। ତାଙ୍କ ଭିତରେ ୨ ଜଣ ଝିଅ ଥିବା ବେଳେ ୪ ଜଣ ପୁଅ ରହିଛନ୍ତି। ସେହିଭଳି ଭାଗଲପୁରରେ ସୋମବାର ରାତିରେ ରୋଷେଇ କରିବା ପରେ ଏକେ ଘରେ ନିଆଁ ଲାଗି ଯାଇଥିଲା।  ଅଗ୍ନିକାଣ୍ଡରେ ୩ ଜଣ ପିଲାଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ବୟସ ୧ ରୁ ୩ ବର୍ଷ ଭିତରେ ରହିଛି।

Latest Posts

Don't Miss