ଶ୍ରୀମନ୍ଦିରରେ ଦିବ୍ୟାଙ୍ଗ ଭକ୍ତଙ୍କ ଦର୍ଶନ ପାଇଁ ହେବ ସ୍ୱତନ୍ତ୍ର ବ୍ୟବସ୍ଥା

ପୁରୀ: ଶ୍ରୀମନ୍ଦିରରେ ଦିବ୍ୟାଙ୍ଗ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ନିଆଯିବ ସ୍ୱତନ୍ତ୍ର ପଦକ୍ଷେପ। ପରିକ୍ରମା ପ୍ରକଳ୍ପର ଉଦଘାଟନ ପରେ ଉତ୍ତର ଦ୍ୱାର ଦେଇ ଦିବ୍ୟାଙ୍ଗଙ୍କ ପାଇଁ ଦର୍ଶନ ବ୍ୟବସ୍ଥା କରାଯିବ। ଶ୍ରୀମନ୍ଦିର ରୀତି ନୀତି ଓ ପରମ୍ପରାକୁ ନଜରରେ ରଖି ଦିବ୍ୟାଙ୍ଗଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ଏସଓପି କରିବାକୁ ଲକ୍ଷ୍ୟ ରହିଛି।

ପ୍ରତିଦିନ ସ୍ୱତନ୍ତ୍ର ସମୟରେ ଏହି ଦର୍ଶନ ବ୍ୟବସ୍ଥା କରାଯିବ। ଛତିଶା ନିଯୋଗ ଓ ପରିଚାଳନା କମିଟିର ଅନୁମୋଦନ ନିଆଯାଇ ଦିବ୍ୟାଙ୍ଗଙ୍କୁ ଏହି ଦର୍ଶନ ବ୍ୟବସ୍ଥାରେ ସାମିଲ କରାଯିବ। ପ୍ରକଳ୍ପରେ ଉତ୍ତର ଦ୍ୱାରରେ ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ବିଶ୍ରାମ ଗୃହ ନିର୍ମାଣ କରାଯାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି ।