ମଉଜ ସରିଲା, ଏବେ ଜେଲରେ କଟିବ ପ୍ରଦୀପଙ୍କ ରାତି

1 min read

ଭୁବନେଶ୍ୱର: ଲୋକଙ୍କ ଟଙ୍କାରେ ବେଶ୍ ହେଲା ମଉଜ । ଏବେ ଜେଲର ଅନ୍ଧାର କୋଠରୀରେ କଟିବ ପ୍ରଦୀପ ପାଣିଗ୍ରାହୀଙ୍କ ରାତି । ଟାଟା ମୋଟର୍ସରେ ଚାକିରି କରାଇ ଦେବା ନାଁରେ ଭାବି ଜ୍ୱାଇଁଙ୍କ ସହ ମିଶି କୋଟି କୋଟି ଟଙ୍କାର ଠକେଇ କରିଥିବା ପ୍ରଦୀପ ପାଣିଗ୍ରାହୀଙ୍କ ଜାମିନ୍ ଖାରଜ ହୋଇଛି । ସ୍ୱତନ୍ତ୍ର କୋର୍ଟ ପ୍ରଦୀପଙ୍କ ଜାମିନ୍ ଆବେଦନ ଖାରଜ କରିବା ପରେ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି । ପ୍ରଦୀପ ପାଣିଗ୍ରାହୀଙ୍କୁ ଝାରପଡ଼ା ଜେଲର ଆଇସୋଲେସନ୍ ୱାର୍ଡରେ ରଖାଯାଇଛି । ଜେଲ ମାନୁଆଲ୍ ଅନୁସାରେ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି ।

Special Courts Sends Pradeep Panigrahi To 14 Days Judicial Custody

ଏଥିସହ ପଢ଼ନ୍ତୁ- ଗିରଫ ପ୍ରଦୀପ ପାଣିଗ୍ରାହୀଙ୍କୁ ମିଳିଲାନି ବେଲ୍, ଝାରପଡ଼ା ଜେଲରେ କଟିବ ଆଜି ରାତି

ପ୍ରଦୀପ ଉଚ୍ଚ ରକ୍ତଚାପ ଓ ମଧୁମେହରେ ପୀଡ଼ିତ ଥିବା ତାଙ୍କ ଓକିଲ ଦର୍ଶାଇଛନ୍ତି । ପ୍ରଦୀପଙ୍କର ଉପଯୁକ୍ତ ଯତ୍ନ ପାଇଁ କୋର୍ଟଙ୍କୁ ଆବେଦନ କରିଛନ୍ତି ଓକିଲ । ତେବେ, ଆଜି ସମୟ ହୋଇ ଯାଇଥିବାରୁ ଶୁଣାଣି ହୋଇପାରିନାହିଁ । ପ୍ରଦୀପଙ୍କୁ ରିମାଣ୍ଡରେ ନେବା ଲାଗି ଆସନ୍ତାକାଲି (ଶୁକ୍ରବାର) କ୍ରାଇମବ୍ରାଞ୍ଚ ଆବେଦନ କରିପାରେ । ପୂର୍ବରୁ SIT ଟିମ୍ ଆକାଶ ପାଠକ ଓ ଅଭୟକାନ୍ତ ପାଠକଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରୁଛି ।

Special Courts Sends Pradeep Panigrahi To 14 Days Judicial Custody

ପରବର୍ତ୍ତୀ ସମୟରେ କ୍ରାଇମବ୍ରାଞ୍ଚ ପ୍ରଦୀପଙ୍କୁ ରିମାଣ୍ଡରେ ନେଇ ଆକାଶଙ୍କ ସହ ମୁହାଁମୁହିଁ ଜେରା କରିବାର ସମ୍ଭାବନା ରହିଛି । ମୁହାଁମୁହିଁ ଜେରା କଲେ ଠକେଇର ଗୁମର ଖୋଲିବ । ଭାବି ଜ୍ୱାଇଁଙ୍କ ସହ ମିଶି କିଭଳି ପ୍ରଦୀପ ଗଞ୍ଜାମ ଜିଲ୍ଲାର ଲୋକଙ୍କୁ ଟାଟା ମୋଟର୍ସରେ ଚାକିରି ନାଁରେ ଠକିଥିଲେ ତାହା ଧରା ପଡ଼ିବ ।

 

Leave a Reply