ଉତ୍ତର ଓଡ଼ିଶାର ବାଲେଶ୍ୱରରେ ଖୋଲିବ ସ୍ଥାୟୀ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ

Special Covid Hospital To Be Established in Balasore

ବାଲେଶ୍ୱର: ପ୍ରତିଷ୍ଠା ହେବ ସ୍ଥାୟୀ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ । ବାଲେଶ୍ୱର ଜିଲ୍ଲା ଗସ୍ତରେ ଆସି ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ ଏହି ଘୋଷଣା କରିଛନ୍ତି । ଏହି ହସ୍ପିଟାଲରେ ୧୦୦ ଶଯ୍ୟା ରହିବା ସହିତ ୨ଟି ଓଟି ଓ ଆଇସିୟୁ ସୁବିଧା ରହିବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଏଥିସହିତ ପୂର୍ବରୁ ଥିବା ଅସ୍ଥାୟୀ କୋଭିଡ୍ ହସ୍ପିଟାଲରେ ଡାକ୍ତର ଯଥେଷ୍ଟ ଥିଲେ ମଧ୍ୟ ନର୍ସଙ୍କ ସଂଖ୍ୟା କମ ରହିଛି । ସେଠାରେ ଅଧିକ ୧୦ ଜଣ ନର୍ସଙ୍କୁ ନିୟୋଜିତ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

Special Covid Hospital To Be Established in Balasore

ଜିଲ୍ଲାରେ ଚାଲିଥିବା କଲ୍‌ ସେଣ୍ଟରରୁ ମିଳୁଥିବା ସୂଚନା ଆଧାରରେ ରାତି ସମୟରେ ରୋଗୀଙ୍କୁ ସ୍ଥାନାନ୍ତର କରିବାକୁ ଅଧିକ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯିବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି । ପଜିଟିଭ୍‌ ରୋଗୀ ନଥିବା ସେଣ୍ଟର ମାନଙ୍କରେ ନିୟୋଜିତ ପାରାମେଡିକାଲ ଷ୍ଟାଫ୍‌ ମାନଙ୍କ ମାଧ୍ୟମରେ ଜିଲ୍ଲାରେ ଜନସମ୍ପର୍କ ଅଭିଯାନ ଆରମ୍ଭ କରାଯିବ । ଏଥିରେ ବୟସ୍କ ଓ ରୋଗାଗ୍ରସ୍ଥ ଲୋକଙ୍କୁ ସ୍ୱତନ୍ତ୍ର ଭାବେ ଯତ୍ନ ନେବାକୁ ସଚେତନତା ସୃଷ୍ଟି କରାଯିବ । ମୁଖ୍ୟ ଶାସନ ସଚିବଙ୍କ ସହିତ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର, ଡିଏମ୍‌ଇଟି ମୁଖ୍ୟ ସି.ଭି.କେ. ମହାନ୍ତି, କରୋନା ପରିସ୍ଥିତି ପର୍ଯ୍ୟବେକ୍ଷକ ମଧୁସୂଦନ ପାଢୀ ପ୍ରମୁଖ ସମୀକ୍ଷା କରିଥିଲେ ।

Special Covid Hospital To Be Established in Balasore

ବାଲେଶ୍ୱର ଜିଲ୍ଲାରେ ଏଯାବତ୍ ୪ ହଜାର ୯୧୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୩ ହଜାର ୭୬୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ସାରିଥିବା ବେଳେ ୧ ହଜାର ୧୩୧ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି । କରୋନା ଆକ୍ରାନ୍ତରେ ୧୪ ଜଣଙ୍କ ମୃତ୍ୟୁ ହୋଇଛି ।

Leave a Reply