କରୋନା ସଂକ୍ରମିତ ଟ୍ରମ୍ପଙ୍କ ସ୍ୱତନ୍ତ୍ର ଚିକିତ୍ସା: ସାଧାରଣ ଲୋକଙ୍କ ପାଇଁ ଉପଲବ୍ଧ ନଥିବା ଔଷଧ ଖାଉଛନ୍ତି

1 min read

ଓ୍ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରୋନା ସଂକ୍ରମିତ ହୋଇଛନ୍ତି । ନିଶ୍ୱାସ ନେବାରେ ଅସୁବିଧା ହେବ ସତ୍ତ୍ୱେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇନାହିଁ । ଏହାରି ମଧ୍ୟରେ ଖବର ଆସୁଛି ଯେ, କିଛି ସ୍ୱତନ୍ତ୍ର ଔଷଧ ଦ୍ୱାରା ଟ୍ରମ୍ପଙ୍କ ଚିକିତ୍ସା ଚାଲିଛି । ଯାହା ସାଧାରଣ ଲୋକଙ୍କ ପାଇଁ ଉପଲବ୍ଧ ନୁହେଁ ।

            ଜାତୀୟ ଗଣମାଧ୍ୟମ ରିପୋର୍ଟ ମୁତାବକ ଟ୍ରମ୍ପଙ୍କୁ ମୂଷାଠାରୁ ପ୍ରସ୍ତୁତ ହୋଇଥିବା ଆଣ୍ଟିବଡି  ଦିଆଯାଇଛି । ଏହି ଔଷଧର ବ୍ୟବହାର ସାଧାରଣ ଲୋକଙ୍କ କ୍ଷେତ୍ରରେ ହେଉନାହିଁ । ମୂଷା ଦ୍ୱାରା ପ୍ରସ୍ତୁତ ହୋଇଥିବା ଆଣ୍ଟିବଡିକୁ ଆମେରିକୀୟ କମ୍ପାନୀ ରିଜେନେରୋନ୍ (REGENERON) ପ୍ରସ୍ତୁତ କରିଛି । ଏହାକୁ ବିଟ୍ରେନ୍‌ରେ ମଧ୍ୟ ପରୀକ୍ଷଣ ଚାଲିଛି । ଅକ୍ସଫୋର୍ଡର ପ୍ରଫେସର ଏହି ଔଷଧର ଭଲ ପ୍ରଭାବ ଥିବା କହିଛନ୍ତି । ଏହି ଔଷଧର ନାମ REGN-COV2 ରଖାଯାଇଛି ।

REGN-COV2 ସହିତ ଟ୍ରମ୍ପଙ୍କୁ ରେମଡିସିଭିର ଔଷଧ ମଧ୍ୟ ଦିଆଯାଉଛି । ଏଥିସହିତ ଭିଟାମିନ୍ ଡି, ଏସ୍ପିରିନ୍ FAMOTIDINE ଏବଂ ମେଲାଟୋନିନ୍ ଭଳି ଔଷଧ ମଧ୍ୟ ଦିଆଯାଉଛି । REGN-COV2 ଔଷଧର ଟ୍ରାଏଲରୁ ମିଳିଥିବା ତଥ୍ୟରୁ ଜଣାପଡ଼ିଛି ଯେ, ହସ୍ପିଟାଲରେ ଭର୍ତ୍ତି ନହୋଇ ଏହି ଔଷଧ ସେବନ କରୁଥିବା ରୋଗୀଙ୍କ ଠାରେ ଭାଇରସର ପ୍ରଭାବ ହ୍ରାସ ହେଉଥିବା ଦେଖିବାକୁ ମିଳିଛି ।

Leave a Reply