ଭାଇରାଲ ହେଉଛି ପ୍ରେମ କାହାଣୀ: ସ୍ତ୍ରୀଙ୍କ ଉଚ୍ଚତା ୬ ଫୁଟ୍ ୯ ଇଞ୍ଚ, ସ୍ବାମୀ ୫ ଫୁଟ ୪ ଇଞ୍ଚ୍

ନନ୍ଦିଘୋଷ ବ୍ୟୁରୋ: ସୋସିଆଲ ମିଡିଆରେ ଏବେ ଏକ ପ୍ରେମ କାହାଣୀ ବେଶ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସ୍ତ୍ରୀଙ୍କ ଉଚ୍ଚତା ସ୍ବାମୀଙ୍କଠାରୁ ଅଧିକ । ଏମାନଙ୍କ ଉଚ୍ଚତାକୁ ନେଇ ଲୋକମାନେ ହସୁଛନ୍ତି । ବ୍ରାଜିଲର ଆଲିସାନ ଡା କ୍ରୁଜ୍ ସିଲଭା ତାଙ୍କ ଦେଶରେ ଅଧିକ ଉଚ୍ଚତା । ତାଙ୍କ ଉଚ୍ଚତା ରହିଛି ୬ ଫୁଟ୍ ୯ ଇଞ୍ଚ । ତେବେ ସେ ଯେତେବେଳେ ତାଙ୍କ ସ୍ବାମୀଙ୍କ ସହ ବାହାରକୁ ଯାଆନ୍ତି ଲୋକମାନେ ତାଙ୍କୁ ଚାହିଁ ହସନ୍ତି । କାରଣ ତାଙ୍କ ସ୍ବାମୀଙ୍କ ଉଚ୍ଚତା ହେଉଛି ୫ ଫୁଟ ୪ ଇଞ୍ଚ । ସ୍ବାମୀଙ୍କ ଉଚ୍ଚତା କମ ହୋଇଥିବାରୁ ଲୋକେ ତାଙ୍କୁ ଦେଖିବା ମାତ୍ରେ ହସନ୍ତି । ତେବେ ତାଙ୍କ ପିଟୁଏଟାରୀ ଗ୍ରନ୍ଥିରେ ଟ୍ୟୁମର ହୋଇଥିବା କାରଣରୁ ତାଙ୍କ ଉଚ୍ଚତା ଏତେ ବଢ଼ି ଯାଇଥିବା ସେ କହିଛନ୍ତି ।
ଏହି ଉଚ୍ଚତା ପାଇଁ ସେ ଅଧିକ ଅସୁବିଧାର ସମ୍ମୁଖୀନ ହୋଇଥିବା ସମ୍ପର୍କରେ ମଧ୍ୟ କହିଛନ୍ତି । ଅଧିକ ଉଚ୍ଚତା ହୋଇଥିବାରୁ ତାଙ୍କ ସମକ୍ଷକ ବୟଫ୍ରେଣ୍ଡ ପାଇନଥିଲେ । ମାତ୍ର ଯେତେବେଳେ ଏବେକାର ସ୍ବାମୀଙ୍କ ପ୍ରଥମେ ଦେଖିଥିଲେ ଉଭୟ ଉଭୟଙ୍କୁ ବେଶ ପସନ୍ଦ କରିଥିଲେ । ପ୍ରେମରେ ମଧ୍ୟ ପଡ଼ି ଯାଇଥିଲେ । ୨ ବର୍ଷ ଡେଟିଂ କରିବା ପରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଉଚ୍ଚତା ପାଇଁ ପରିବାର ଲୋକେ ମଧ୍ୟ ପ୍ରତିବନ୍ଧକ ସାଜିଥିବାବେଳେ ବାହାରକୁ ଯିବାବେଳେ ଲୋକେ ତାଙ୍କୁ ଦେଖି ହସୁଥିବା କଥା ସେ କହିଛନ୍ତି । ଏପରିକି ପ୍ରସବ ସମୟରେ ମଧ୍ୟ ଡାକ୍ତର କହିଥିଲେ କି, ନର୍ମାଲ ହେବ ନାହିଁ । ମାତ୍ର ସବୁକିଛି ଠିକ୍ ହୋଇଛି । ଉଭୟ ସୋସିଆଲ ମିଡିଆରେ ବେଶ ଆକ୍ଟିଭ ରହୁଥିବାବେଳେ ତାଙ୍କୁ ଟ୍ରୋଲ କରୁଛନ୍ତି ୟୁଜର୍ସ । ଉଚ୍ଚତା ପାଇଁ ସମାଲୋଚନା ମଧ୍ୟ କରୁଥିବା ଦେଖିବାକୁ ମିଳୁଛି ।