ଭାରତର ବିରଳ ଗାଁର ବିଚିତ୍ର ପ୍ରଥା, ବିବାହ ପରେ ଘରଜ୍ୱାଇଁ ପାଲଟିଯାଏ ବର

ନନ୍ଦିଘୋଷ ବ୍ୟୁରୋ: ଭାରତର ବିରଳ ଗାଁର ବିଚିତ୍ର ପ୍ରଥା । ଏଠି ଝିଅ ହୁଏନି ବିଦା ,ବିବାହ ପରେ ଘରଜ୍ୱାଇଁ ପାଲଟିଯାଏ ବର। ଆପଣ ମାନଙ୍କୁ ଆଶ୍ଚର୍ଯ୍ୟ ଲାଗିଲେ ବି ସତ । ଏହା ହେଉଛି ରାଜସ୍ଥାନ ମାଉଣ୍ଟଆବୁ ନିକଟସ୍ଥ ଜୱାଇ ଗାଁର ଘଟଣା । ଯେଉଁଠି ୭୦୦ ବର୍ଷର ପୁରୁଣା ପରମ୍ପରା ଆଜିବି ବଞ୍ଚିଛି । ଭାରତ ଭଳି ବିଭିନ୍ନ ପ୍ରଥା ଓ ପରମ୍ପରା  ଉପରେ ଆଧାରତି ଦେଶରେ ଆଜିବି ଏଭଳି ଅଦ୍ଭୁତ ପ୍ରଥା ଆଜିବି ବ଼ଞ୍ଚିଛି । ଏହି ଗାଁର ପରମ୍ପରା ଅନୁସାରେ ଝିଅର ବିବାହ ପରେ କନ୍ୟାର ବିଦାୟୀ ହୋଇନଥାଏ ।

ପୁଅ ନିଜ ଘରୁ ବିଦାହୋଇକି ଆସି ଝିଅ ଘରେ ଘରଜ୍ୱାଇଁ ହୋଇକି ରହିଥାଏ । ଜନସ୍ରୃତି ମୁତାବକ ଜୱାଇ ଗାଁରେ ଝିଅଙ୍କ ସଂଖ୍ୟା ଅଧିକ ଥିବାରୁ ସେମାନଙ୍କ ପାଇଁ ବିବାହ ପାଇଁ ପ୍ରାର୍ଥି ଖୋଜିବା ଅତ୍ୟନ୍ତ କଷ୍ଟ ହେଉଥିଲା । ଠିକ୍ ସେହିସମୟରେ ଆଜିଠୁ ପ୍ରାୟ ୭୦୦ ବର୍ଷ ପୂର୍ବରୁ ଦୁଇ ଭାଇ ଜୀବାଜୀ ଏବଂ କାହ୍ନା ଏହି ଗାଁର ଦୁଇ ଝିଅଙ୍କୁ ବିବାହ କରିଥିଲେ  । ଜୀବାଜୀ ରମ୍ଭାକୁ ବିବାହ କରି ଘର ଜ୍ୱାଇ ସାଜିଥିବା ବେଳେ ଅନ୍ୟ ଭାଇ କାହ୍ନା ଜୱାଇ ଗାଁଠୁ ୧୦ କିଲୋମିଟର ଦୂରରେ ଥିବା କଂନାରୀ ଢାଣୀର ପବନାକୁ ବିବାହ କରି ଘର ଜ୍ୱାଇ ସାଜିଥିଲେ  । ସେବେଠାରୁ ଏଭଳି ବିଚିତ୍ର ପରମ୍ପରା ଗ୍ରାମରେ ଏବେବି ଜାରି ରହିଛି ।