କ୍ଷମା କର ମହାପ୍ରଭୁ: କାନ ଧରୁଛୁ, ଏମିତି ଭୁଲ ଆଉ ହେବନି

ଭୋଗରାଇ: ବାଲେଶ୍ବର ଜିଲ୍ଲା ଭୋଗରାଇରେ ମହାପ୍ରଭୁଙ୍କୁ ବିସର୍ଜନ ବେଳେ ଅସମ୍ମାନ ଘଟଣା । କ୍ଷମା ମାଗିଲେ ଆଧ୍ୟାତ୍ମିକ କମିଟି ସଦସ୍ୟ । ଜଗନ୍ନାଥଙ୍କ ମନ୍ଦିରକୁ ଯାଇ କମିଟିର ସମସ୍ତ କାର୍ଯ୍ୟକର୍ତ୍ତା କ୍ଷମା ମାଗିବା କରିବା ସହ ଆଗକୁ ଏଭଳି ଭୁଲ ହେବନି ବୋଲି ପ୍ରାର୍ଥନା କରି ମହାପ୍ରଭୁଙ୍କୁ ଜଣାଇଛନ୍ତି ।

ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ତାଳସାରୀ ସମୁଦ୍ର ତଟର ବିସର୍ଜନ ନାଁରେ କାଳିଆ ସାଆନ୍ତଙ୍କୁ ଫିଙ୍ଗି ଦିଆଯାଉଥିବା ଦୃଶ୍ୟ ସାମ୍ନାକୁ ଆସିଥିଲା । ଡିସେମ୍ବର ୧୩ରୁ ୨୧ ତାରିଖ ପର୍ଯ୍ୟନ୍ତ ଜଗନ୍ନାଥଙ୍କ ୩୨ ବେଶ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା । ଗତକାଲି କାର୍ଯ୍ୟକ୍ରମ ସରିବା ପରେ ଜଗନ୍ନାଥଙ୍କ ବେଶ ମୂର୍ତ୍ତି, ରାଧାକୃଷ୍ଣ, ଲକ୍ଷ୍ମୀ, ଶିବ ଓ ସରସ୍ୱତୀଙ୍କ ମୂର୍ତ୍ତିକୁ ବିସର୍ଜନ କରାଯାଇଥିଲା । ୧୦ଟି ଟ୍ରାକ୍ଟରରେ ଠାକୁରଙ୍କ ମାଟି ମୂର୍ତିକୁ ବିସର୍ଜନ ପାଇଁ ତାଳସାରୀ ବେଳଭୂମିକୁ ନିଆଯାଇଥିଲା । ମହାପ୍ରଭୁଙ୍କୁ ଟ୍ରାକ୍ଟର ଉପରୁ ସମୁଦ୍ରକୁ ଫିଙ୍ଗି ଦିଆଯାଉଥିଲା । ପାଣିରେ ନପଡ଼ି ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଟ୍ରାକ୍ଟର ଡାଲାରେ ବି ମାଡ଼ ହେଉଥିଲା । ସ୍ବଂୟ ପ୍ରଭୁଙ୍କୁ ଏଭଳି ଢଙ୍ଗରେ ବିସର୍ଜନ କରାଯିବା ଘଟଣାକୁ ସବୁଆଡୁ ସମାଲୋଚନା କରାଯାଇଥିଲା ।