spot_img

Latest Posts

ସମ୍ଭାବ୍ୟ ବାତ୍ୟାକୁ ନେଇ ୧୫ ଜିଲ୍ଲାକୁ ଏସଆରସିଙ୍କ ସତର୍କ ସୂଚନା

ଭୁବନେଶ୍ୱର :  ଓଡ଼ିଶା ଛୁଇଁ ନପାରେ ବାତ୍ୟା। ସମ୍ଭାବ୍ୟ ବାତ୍ୟା ନେଇ SRC ପ୍ରଦୀପ ଜେନା ଏହି ସୂଚନା ଦେଇଛନ୍ତି। IMD ସୂଚନା ଅନୁଯାୟୀ ବାତ୍ୟା ଓଡ଼ିଶା ଛୁଇଁବା ଆଶଙ୍କା କମ୍‌ ରହିଛି। ତେବେ ୭ ତାରିଖରେ ଏନେଇ ଚିତ୍ର ସ୍ପଷ୍ଟ ହେବ। କୋଲକାତା ଦେଇ ଏହା ବାଂଲାଦେଶ ଯାଇପାରେ। ବାତ୍ୟା ହେବନି, ତେବେ ରାଜ୍ୟରେ କେବଳ ବର୍ଷାର ସମ୍ଭାବନା ରହିଛି। ବାତ୍ୟା ପ୍ରଭାବରେ ୭ ତାରିଖରୁ ବର୍ଷା ଆରମ୍ଭ ହେବ । ୮ ତାରିଖରୁ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବ। ଘଣ୍ଟା ପ୍ରତି ୫୦ ରୁ ୬୦ କିମି ବେଗରେ ପବନ ବହିବ। ତେଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି।

ସେପଟେ ସମ୍ଭାବ୍ୟ ବାତ୍ୟା ନେଇ ୧୫ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛନ୍ତି ଏସଆରସି । ଉପକୂଳ ଏବଂ ଦକ୍ଷିଣ ଓଡ଼ିଶା ଜିଲ୍ଲାଗୁଡିକର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଗଂଜାମ, ଜଗତସିଂହପୁର, ପୁରୀ, ଗଜପତି, କୋରାପୁଟ, ରାୟଗଡ଼ା, ନବରଂଗପୁର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ନୂଆପଡ଼ା, ମାଲକାନଗିରି ପାଇଁ ସତର୍କତା ଜାରି କରାଯାଇଛି। ଆଇଏମ୍‌ଡିର ତଥ୍ୟ ଉପରେ ନଜର ରଖାଯାଇଛି । ସବୁପ୍ରକାର ପରିସ୍ଥିତି ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ରହିଛନ୍ତି। ଲୋକଙ୍କୁ ଆତଙ୍କିତ ନହେବାକୁ ଏସଆରସି ପରାମର୍ଶ ଦେଇଛନ୍ତି। ଅଯ଼ଥା ଆତଙ୍କିତ ହେଇ ଜିନିଷପତ୍ର କିଣିବାକୁ ମନା କରିଛନ୍ତି। ଏହାଦ୍ଵାରା କଳାବଜାରୀ ବଢିବ। ଲୋକେ ଜେନେରେଟର ଓ ଇନଭର୍ଟର କିଣୁଥିବା ଖବର ଆସୁଛି। ତା ଉପରେ ବି ନଜର ରହିଛି। କୃଷି ବିଭାଗକୁ ଚାଷୀଙ୍କ ପାଇଁ ସତର୍କ ସୂଚନା ଜାରି କରିବାକୁ କୁହାଯାଇଛି। ')}

Latest Posts

Don't Miss