ଭାରତ-କାନାଡ଼ ବିବାଦରେ ଶ୍ରୀଲଙ୍କାର ଏଣ୍ଟ୍ରି, କହିଲା- ଆତଙ୍କବାଦୀଙ୍କ ଘର ପାଲଟିଛି କାନାଡ଼ା

1 min read

ନୂଆଦିଲ୍ଲୀ: ଭାରତ ବିରୋଧରେ ମିଥ୍ୟା ଅଭିଯୋଗ ଆଣିଥିବା କାନାଡ଼ା ବିଶ୍ବ ଦରବାରରେ ଏକୁଟିଆ ପଡ଼ିବାରେ ଲାଗିଛି । ଭାରତ-କାନାଡ଼ା ବିବାଦରେ ଏଣ୍ଟ୍ରି କରିଛି ଆଉ ଏକ ଦେଶ । ଆଉ ଏହି ଦେଶ ହେଉଛି ଆମ ପଡ଼ୋଶୀ ଶ୍ରୀଲଙ୍କା । ଭାରତ ସମର୍ଥନରେ ଶ୍ରୀଲଙ୍କା ଖୋଲାଖୋଲି ବାହାରିଛି । ଶ୍ରୀଲଙ୍କା ବିଦେଶ ମନ୍ତ୍ରୀ ଅଲି ସାବରୀ କହିଛନ୍ତି, ‘କିଛି ଆତଙ୍କବାଦୀଙ୍କ ପାଇଁ ନିରାପଦ ସ୍ଥାନ ପାଲଟିଛି । କୌଣସି ପ୍ରମାଣ ନଥାଇ କାନାଡ଼ା ପ୍ରଧାନମନ୍ତ୍ରୀ ଅପମାନଜନକ ଅଭିଯୋଗ ଆଣିଛନ୍ତି । ଶ୍ରୀଲଙ୍କାକୁ ନେଇ ବି ଟ୍ରୁଡୁ ଏମିତି ମିଛ ଅଭିଯୋଗ ଆଣି ନରସଂହାର ହୋଇଥିବା କହିଥିଲେ ।’

ସେହିପରି ଭାରତରେ ଥିବା ଶ୍ରୀଲଙ୍କାର ପୂର୍ବତନ ହାଇ କମିଶନର ମିଲିଣ୍ଡା ମୋରାଗୋଡ଼ କହିଛନ୍ତି, ‘କାନାଡ଼ ଅଭିଯୋଗକୁ ନେଇ ଭାରତର ପ୍ରତିକ୍ରିୟା କଠୋର ରହିଛି । ଏହି ବିବାଦରେ ଶ୍ରୀଲଙ୍କା ଭାରତ ସହ ରହିଛି । ଆତଙ୍କବଦୀଙ୍କ ପାଇଁ ଶ୍ରୀଲଙ୍କାର ବହୁତ କ୍ଷତି ହୋଇଛି । ଶ୍ରୀଲଙ୍କା ଆତଙ୍କବାଦୀଙ୍କ ବିରୋଧରେ ଶୂନ୍ୟ ସହନଶୀଳତା ନୀତିରେ କାମ କରିଥାଏ ।’