spot_img

Latest Posts

ଶ୍ରୀକ୍ଷେତ୍ର ସାମନ୍ତସିଂହାର ଗିରଫ

ନନ୍ଦିଘୋଷ ବ୍ୟୁରୋ: ପକ୍ସୋ କେସ ଅଭିଯୋଗରେ ଶ୍ରୀକ୍ଷେତ୍ର ସାମନ୍ତସିଂହାର ଗିରଫ । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ୍ ଅନ୍ତର୍ଗତ ଖଟିସାହି ଗାଁର ଶ୍ରୀକ୍ଷେତ୍ର ସାମନ୍ତସିଂହାରଙ୍କୁ ଭୁବନେଶ୍ୱର ଫରେଷ୍ଟ ପାର୍କ ନିକଟରୁ ଗିରଫ କରାଯାଇଛି । ସେପଟେ ପୁଅ ନିର୍ଦ୍ଦୋଶ ବୋଲି କହିଛନ୍ତି ବାପା ଦିଲୀପ ଦଳେଇ । ଶ୍ରୀକ୍ଷେତ୍ରକୁ ଫସେଇ ଦିଆଯାଇଛି । ପୁଅ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ । ଶ୍ରୀକ୍ଷେତ୍ର ବିବାହର ୧୯ ମାସ ପରେ କାଗଜି ପଲେଇ ଓରଫ୍ ସୋନାଲି ପଣ୍ଡା ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ । ମେଡ଼ିକାଲରେ ମମତା ଯୋଜନା ଖାତାରେ ଡାକ୍ତର ଉଲ୍ଲେଖ କରିଛନ୍ତି ଯେ ସୋନାଲି ପଣ୍ଡାଙ୍କୁ ୨୨ ବର୍ଷ । ବିବାହ ସମୟରେ ଶ୍ରୀକ୍ଷେତ୍ରକୁ 20 ବର୍ଷ ହୋଇଥିଲା । ଏହି ପ୍ରମାଣ ଆଧାରରେ ଶ୍ରୀକ୍ଷେତ୍ରକୁ ନ୍ୟାୟ ପ୍ରଦାନ ପାଇଁ ସରକାରଙ୍କୁ ଦାବି ଜଣାଇଛନ୍ତି ବାପା ଦିଲ୍ଲୀପ ।

ଘଟଣା ଅନୁଯାଇ ଶ୍ରୀକ୍ଷେତ୍ର ନିଜକୁ ସୋନାଲୀଙ୍କ ସ୍ବାମୀ ବୋଲି ଦାବି କରୁଥିଲେ । ପୂର୍ବରୁ ସୋନାଲି ତୁଳସୀ ଗଣନାଟ୍ୟ ମାଲିକ ନାଣ୍ଡୁ ବାବୁଙ୍କ ଦ୍ବାରା ପ୍ରଭାବିତ ହୋଇ ଘର ଛାଡି ଚାଲିଯାଇଛନ୍ତି ବୋଲି ଶ୍ରୀକ୍ଷେତ୍ର ଅଭିଯୋଗ କରିଥିଲେ । ଏହି ଘଟଣାରେ ସୋନାଲୀ ମଧ୍ୟ ପ୍ରତିକ୍ରିୟା ରଖିଥିଲେ । ପ୍ରଶ୍ନ କରିଥିଲେ ଏତେ ଦିନ ପରେ କାହିଁକି ସ୍ବାମୀଙ୍କର ମୋତେ ମନେ ପଡିଲା । ସୋନାଲିଙ୍କ ଓକିଲ ବ୍ୟୋମକେଶ ତ୍ରିପାଠୀ କହିଥିଲେ ଯେ ସୋନାଲୀ ନାବାଳିକା ଥିବା ସମୟରେ ସ୍ବାମୀ ବୋଲି ଦାବି କରୁଥିବା ଶ୍ରୀକ୍ଷେତ୍ର ସେନାଲୀଙ୍କୁ ଦୁଷ୍କର୍ମ କରିଥିଲେ । ଏପରିକି ସୋନାଲୀଙ୍କୁ ଯେତେବେଳେ ୧୪ ବର୍ଷ ହୋଇଥିଲା ସେତେବେଳେ ବଳପୂର୍ବକ ବ୍ଲାକମେଲ କରି ଶ୍ରୀକ୍ଷେତ୍ର ସୋନାଲୀଙ୍କୁ ବିବାହ କରିଥିଲେ। ଏବେ ସୋସିଆଲ ମିଡିଆରେ ସୋନାଲିଙ୍କୁ ବଦନାମ କରୁଛନ୍ତି ଶ୍ରୀକ୍ଷେତ୍ର । ତେଣୁ ଶ୍ଙ୍କରୀକ୍ଷେତ୍ରଙ୍କ ବିରୋଧରେ ହାଇକୋର୍ଟରେ ଅପିଲ କରିଥିଲେ ସୋନାଲୀ ।

Latest Posts

Don't Miss