ଭାରତ ଓ ମାଲଦ୍ବୀପ ବିବାଦରେ ୬ ମାସରୁ ମାଲାମାଲ ଏହି ଦେଶ

କଲମ୍ବୋ: ଭାରତ ଓ ମାଲଦ୍ବୀପ ବିବାଦରେ ତୃତୀୟ ଦେଶକୁ ମିଳୁଛି ଫାଇଦା  । ଭାରତୀୟ ପର୍ଯ୍ୟଟ ମାଲଦ୍ବୀପକୁ ବଏକଟ କରିବା ପରେ ଏବେ ପଡୋଶୀ ଦେଶ ଶ୍ରୀଲଙ୍କାର ରାଜସ୍ବ ବୃଦ୍ଧି ହୋଇଛି  । ଗତ ୨୦୨୨ ତୁଳନାରେ ୨୦୨୩ରେ ଶ୍ରୀଲଙ୍କାରେ ଭାରତୀୟ ପର୍ଯ୍ୟଟକଙ୍କ ସଂଖ୍ୟା ଦୁଇଗୁଣ ବଢିଛି  । ମାଲଦ୍ବୀପ ସହ ସମ୍ପର୍କରେ ଫାଟ ପରେ ଶ୍ରୀଲଙ୍କା ପାଇଁ ଏହା ବରଦାନ ସାବ୍ୟସ୍ତ ହୋଇଛି  ।

ଏକ ରିପୋର୍ଟ ମୁତାବକ ଗତ ୨୦୨୩ରେ ୩ ଲକ୍ଷ ୨ ହଜାର ୮୪୪ ଭାରତୀୟ ପର୍ଯ୍ୟଟକ ଛୁଟି କାଟିବାକୁ ଶ୍ରୀଲଙ୍କା ଯାଇଥିଲେ  । ଗତ ୨୦୨୨ ତୁଳନାରେ ଏହା ଦୁଇଗୁଣ ଅଧିକ ଅଟେ  । ତେବେ ଟଳିତ ବର୍ଷ ପାଖାପାଖି ୬ ଲକ୍ଷ ପର୍ଯ୍ୟଟକ ଶ୍ରୀଲଙ୍କା ଯିବେ ବୋଲି ସେଠାକାର ସରକାର ଆଶା ପ୍ରକାଶ କରିଛନ୍ତି  । ଭାରତୀୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଶ୍ରୀଲଙ୍କା ପର୍ଯ୍ୟଟନ ବିଭାଗ ଏକ ଖାସ ଅଭିଯାନ ଆରମ୍ଭ କରିଥିଲେ  । ମୁମ୍ବାଇ ଦିଲ୍ଲୀ ଭଳି ସହରରେ ରୋଡ ଶୋ କରି ଲୋକଙ୍କୁ ସଚେତନ କରିଥିଲେ  ।

ଶ୍ରୀଲଙ୍କାର ପର୍ଯ୍ୟଟନ ବିଭାଗ ମୁତାବକ ଗତ ୨୦୨୩ରେ ଏଠାକୁ ୧୪ ଲକ୍ଷରୁ ଉର୍ଦ୍ଧ୍ବ ପର୍ଯ୍ୟଟକ ଆସିଥିଲେ  । ୩୦ ହଜାରରୁ ଊର୍ଦ୍ଧ୍ବ କେବଳ ସୋଲୋ (ଏକାକୀ) ପର୍ଯ୍ୟଟକ ଶ୍ରୀଲଙ୍କା ବୁଲିବାକୁ ଆଶିଥିଲେ  । ଗତ ଜୁଲାଇ ୨୦୨୩ ପର ଠାରୁ ଏହି ସଂଖ୍ୟା ଲଗାତାର ବଢି ଚାଲିଥିଲା  । ଜୁଲାଇରେ ୨୩ ହଜାର ୪୬୧ ଜଣ ପର୍ଯ୍ୟଟକ ଶ୍ରୀଲଙ୍କା ଆସିଥିବା ବେଳେ ଏହି ସଂଖ୍ୟା ଡିସେମ୍ବରରେ ୪୩ ହଜାର ୯୭୩ରେ ପହଞ୍ଚିଥିଲା  ।