ନନ୍ଦିଘୋଷ ବ୍ୟୁରୋ : ନିଶାସକ୍ତ ଅବସ୍ଥାରେ ଭାଇକୁ ଛୁରି ଭୁସିଲା ଭାଇ । କଟକ ଦିୱାନ ବଜାର ଅଞ୍ଚଳରେ ନିଶାସକ୍ତ ଅବସ୍ଥାରେ ଭାଇକୁ ଛୁରା ମାଡ଼ କରି ଗିରଫ ହୋଇଛି ଅଭିଯୁକ୍ତ ଭାଇ । କଟକ ଲାଲବାଗ ଥାନା ଦିୱାନ ବଜାର ଅଞ୍ଚଳର ଦୁଇ ଭାଇ ମହମ୍ମଦ ରୋହିତ ଓ ମହମ୍ମଦ ତହିତ । ମଙ୍ଗଳବାର ରାତିରେ ରୋହିତ ନିଶାସକ୍ତ ଅବସ୍ଥାରେ ଘରକୁ ଫେରିବା ପରେ ଘରେ ଦୁଇ ଭାଇଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏହାପରେ ରୋହିତ ଏକ ଧାରୁଆ ଛୁରିରେ ଭାଇ ତହିତଙ୍କ ପେଟକୁ ଭୁସି ଦେଇଥିଲେ । ତହିତ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତଳେ ପଡ଼ିଯିବାରୁ ତାଙ୍କୁ ଗୁରୁତର ଅବସ୍ଥାରେ ସିଟି ହସପିଟାଲରେ ଭର୍ତ୍ତି କରାଯାଇଥିଲା । ବୁଧବାର ଏସଂକ୍ରାନ୍ତରେ ଲାଲବାଗ ଥାନାରେ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି । ଅଭିଯୁକ୍ତ ରୋହିତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

