spot_img

Latest Posts

ଗୁରୁବାର ବିଏମସିର ଷ୍ଟାଣ୍ଡିଂ କମିଟି ନିର୍ବାଚନ, ୩୧ରେ କର୍ପୋରେସନ ବୈଠକ

ଭୁବନେଶ୍ୱର: ଗୁରୁବାର ବିଏମସିର ଷ୍ଟାଣ୍ଡିଂ କମିଟି ନିର୍ବାଚନ । ୩୧ରେ କର୍ପୋରେସନ ବୈଠକ । ଏହା ପୂର୍ବରୁ ଅନୁଷ୍ଠିତ ହୋଇଯାଇଛି ସମନ୍ବୟ ବୈଠକ । ଶାନ୍ତିଶୃଙ୍ଖଳା ସହ ଉଭୟ କାର୍ଯ୍ୟ ସମ୍ପାଦନ କରିବାକୁ ମେୟରଙ୍କ ପରାମର୍ଶ । ୬୭ ଓ୍ବାର୍ଡ ବିଶିଷ୍ଟ ଭୁବନେଶ୍ବର ମହାନଗର ନିଗମ । ଦୀର୍ଘ ୩ ବର୍ଷ ବ୍ୟବଧାନରେ ନିର୍ବାଚିତ ହୋଇ ଆସିଛନ୍ତି ଲୋକ ପ୍ରତିନିଧି । ଶାସକ ବିଜେଡି ଦଳର ସଂଖ୍ୟା ଗରିଷ୍ଠତା ରହିଛି ବିଏମସିରେ । ସମସ୍ୟାର ସମାଧାନ କ୍ଷେତ୍ରରେ ଲୋକଙ୍କର ଆଶା ପୂରଣ କରିବାକୁ ଅହରହ ଚେଷ୍ଟା ବି ଚାଲିଛି । ଇତି ମଧ୍ୟରେ ଶେଷ ହୋଇସାରିଛି କର୍ପୋରେସନର ଏକ ବର୍ଷର କାର୍ଯ୍ୟକାଳ । ଲୋକଙ୍କ ନିକଟକୁ ଯାଇ ସମସ୍ୟା ବୁଝିବା ସହ ସମସ୍ୟାର ସ୍ଥାୟୀ ସମାଧାନ ଖୋଜିବା ବେଳେ ଲୋକଙ୍କ ପ୍ରଶ୍ନବାଣର ଶିକାର ହେବାକୁ ପଡୁଛି ଉଭୟ କର୍ପୋରେଟର ଓ ଅଧିକାରୀଙ୍କୁ। ଦିନଟିଏ ବସୁଥିବା କର୍ପୋରେସନ ବୈଠକରେ ସମୟର ଅଭାବ ଯୋଗୁଁ ସବୁ ୱାର୍ଡର ସମସ୍ୟା ସମ୍ପର୍କରେ ଆଲୋଚନା ହେବା ସମ୍ଭବପର ହେଉନାହିଁ। ସେପଟେ ଷ୍ଟାଣ୍ଡିଂ କମିଟି ଓ କର୍ପୋରେଟରଙ୍କ ମଧ୍ୟରେ ସମନ୍ୱୟ ରହୁନଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି।

କର୍ପୋରେସନ ବୈଠକରେ ସମୟର ଅଭାବ ଓ ସମନ୍ୱୟର ଅଭାବ ଅଭିଯୋଗକୁ ଅସ୍ବୀକାର କରିଛନ୍ତି ମେୟର । ଲୋକଙ୍କ ସମସ୍ୟାର ସମାଧାନ ପାଇଁ ପୂରା ଟିମ୍ ବିଏମସି ଯଥା ସମ୍ଭବ ଚେଷ୍ଟା ଚଳାଇଥିବା ସେ କହିଛନ୍ତି । ୱାର୍ଡରେ ଦିନଟିଏ କାର୍ଯ୍ୟକ୍ରମ ଜରିଆରେ ଲୋକଙ୍କ ନିକଟକୁ ଯାଇ ସ୍ଥାନୀୟ ଅଞ୍ଚଳର ସମସ୍ୟା ବୁଝି ତାହାର ସମାଧାନ କରାଯାଉଛି। ଆଗକୁ ଷ୍ଟାଣ୍ଡିଂ କମିଟି ନିର୍ବାଚନ ଓ କର୍ପୋରେସନ ବୈଠକ ଥିବା ବେଳେ ଏହାକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବାକୁ କର୍ପୋରେଟରଙ୍କ ସ୍ବତନ୍ତ୍ର ବୈଠକ ଡକାଇଥିଲେ ମେୟର। ୨୫ ତାରିଖ ଗୁରୁବାର ଦିନ କର୍ପୋରେସନ ହଲରେ ହେବ ବିଏମସିର ସମସ୍ତ ୯ଟି ଷ୍ଟାଣ୍ଡିଂ କମିଟିର ନିର୍ବାଚନ। ଏଥିପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।

Latest Posts

Don't Miss