ନୂଆ ଗାଇଡଲାଇନ୍ ଘୋଷଣା କରିବେ ରାଜ୍ୟ ସରକାର: ‘ଏ’ କ୍ୟାଟେଗୋରୀ ଜିଲ୍ଲାରେ ଖୋଲିପାରେ ଏହି ସବୁ ସୁବିଧା

1 min read

ଭୁବନେଶ୍ୱର: ଆସନ୍ତାକାଲିଠୁ ରାଜ୍ୟରେ କିପରି ରହିବ କରୋନା କଟକଣା । ନିୟମରେ ଆହୁରି କୋହଳ ହେବ ନା ତୃତୀୟ ଲହରକୁ ଦୃଷ୍ଟିରେ ରଖି କଟକଣା ଜାରି ରହିବ । ଏସବୁ ପ୍ରଶ୍ନ ନେଇ ଆଜି ଆସିପାରେ ବଡ଼ ଘୋଷଣା । ରାଜ୍ୟରେ ୨ପ୍ରତିଶତକୁ ଖସିଛି ପଜିଟିଭ ହାର । ହେଲେ ଦୈନିକ ସଂକ୍ରମଣ ଟ୍ରେଣ୍ଡ ୧୬ଶହରୁ ୧୮ଶହ ମଧ୍ୟରେ ରହୁଛି। ସେହିପରି ଟ୍ୱିନ୍ ସିଟିରେ ସଂକ୍ରମଣ ସ୍ଥିର ରହିଛି । ତେଣୁ ରାଜ୍ୟରେ ସଂପୂର୍ଣ୍ଣ ଅନଲକ୍ କରିବା ସମ୍ଭବ ନୁହେଁ । ପୂରା ଖୋଲିଲେ ସ୍ଥିତି ବିଗିଡି ଯାଇପାରେ ବୋଲି ଆଶଙ୍କା କରିଛି ସ୍ବାସ୍ଥ୍ୟ ବିଭାଗ । ତେଣୁ ଅଗଷ୍ଟ ନୂଆ ଗାଇଡ୍‌ଲାଇନରେ କଟକଣା ସମ୍ପୁର୍ଣ୍ଣ କୋହଳ ହୋଇନପାରେ । ଏ-କ୍ୟାଟେଗୋରୀରେ ଥିବା ୨୦ଟି ଜିଲ୍ଲାରେ କଟକଣା ଆହୁରି କୋହଳ ହୋଇପାରେ । କଟକ, ଭୁବନେଶ୍ବର, ପୁରୀକୁ ଛାଡି ବି-କ୍ୟାଟେଗୋରୀର ଅନ୍ୟ ଜିଲ୍ଲାରେ କଟକଣା କୋହଳ କରାଯିବ । ନୂଆ ଗାଇଡଲାଇନରେ ଏ-କ୍ୟାଟେଗୋରୀର ୨୦ଟି ଜିଲ୍ଲାରେ ମଲ୍, ସିନେମା ହଲ୍, ମନ୍ଦିର ଓ ଧର୍ମସ୍ଥଳୀ ଖୋଲିବା ପାଇଁ ଅନୁମତି ଦିଆଯାଇପାରେ । ସେହିପରି ସ୍ବାଭାବିକ ଭାବେ ସକାଳୁ ରାତି ପର୍ଯ୍ୟନ୍ତ ସମସ୍ତ ଦୋକାନ ବଜାର ଖୋଲିବ । କିନ୍ତୁ କୋଭିଡ ନିୟମକୁ କଡାକଡି ଭାବେ ପାଳନ କରାଯିବ । ସେହିପରି ବି-କ୍ୟାଟେଗୋରୀ ଜିଲ୍ଲାରେ ସକାଳ ୬ରୁ ରାତି ୮ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବ । ସାପ୍ତାହିକ ସଟ୍‌ଡାଉନ ହଟାଯାଇ କେବଳ ରାତ୍ରୀକାଳୀନ କର୍ଫ୍ୟୁ ଜାରି ରହିପାରେ । ଏବେ ବିପଦ ଟଳିନଥିବାରୁ କଟକଣା ଭିତରେ ନୂଆ ଗାଇଡଲାଇନ୍‌ କରିବାକୁ ସ୍ବାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି ।

ଏଥିସହିତ ପଢ଼ନ୍ତୁ: ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟକୁ ୟୁଜିସି ମାନ୍ୟତା, କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଥିଲେ ବିଜେଡ଼ି ସାଂସଦ

Leave a Reply