କୋଭିଡ୍ ଔଷଧ ଓ ଅନ୍ୟ ଉପକରଣ କଳାବଜାରୀ ରୋକିବାକୁ ରାଜ୍ୟସ୍ତରୀୟ କମିଟି ଗଠନ

State Level Committee To Prevent Hoarding Of Medical Supplies

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଉଥିବା ବେଳେ କୋଭିଡ୍ ଚିକିତ୍ସା ଓ ସଂକ୍ରମଣରୁ ରକ୍ଷା ଲାଗି ବ୍ୟବହୃତ ସାମଗ୍ରୀ ଓ ଔଷଧ କଳାବଜାରୀ ହେବାରେ ଲାଗିଛି । କୋଭିଡ୍ ଚିକିତ୍ସା ସମ୍ପର୍କିତ ଔଷଧ ଓ ଅନ୍ୟ ଜରୁରୀ ସାମଗ୍ରୀର ବେଆଇନ୍ ମହଜୁଦ୍ ଓ ଔଷଧ କଳାବଜାରୀ ରୋକିବାକୁ ରାଜ୍ୟ ସରକାରଙ୍କ ଗୃହ ବିଭାଗ ଏକ କମିଠି ଗଠନ କରିଛି ।

ଅତିରିକ୍ତ ଡିଜି କ୍ରାଇମବ୍ରାଞ୍ଚଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ ହୋଇଛି । ଏହି କମିଟିରେ ସ୍ୱାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ରାଙ୍କରୁ ଉପରିସ୍ଥ ଜଣେ ଅଧିକାରୀଙ୍କ ସହ ଓଡ଼ିଶା ଡ୍ରଗ୍ସ କଣ୍ଟ୍ରୋଲରର ଜଣେ ଆବାହକ ସଦସ୍ୟ ଅଛନ୍ତିଷ । କମିଟି ଜିଲ୍ଲା ସ୍ତରରେ ଜରୁରୀ ମେଡିକାଲ୍ ସାମଗ୍ରୀର ବିତରଣ ଓ ଉପଲବ୍ଧତା ଉପରେ ନଜର ରଖିବ ।

ଏଥିସହ କଳାବଜାରୀ ଓ ମହୁଜୁଦ୍ ହେଲେ ରେଡ୍, ସର୍ଚ୍ଚ ଅପରେସନ୍ କରି ଜବତ କରିବାକୁ କ୍ଷମତା ଦିଆଯାଇଛି । ଏଥିରେ କମିଟିକୁ ଅନ୍ୟ ସଂସ୍ଥା ସହ ମୁଖ୍ୟତଃ ପୋଲିସ ସହଯୋଗ କରି କଳାବଜାରୀ ଓ ମହଜୁଦ୍ ରୋକିବ ।

Leave a Reply