ଆସନ୍ତା ୧୫ରୁ ରାଜ୍ୟସ୍ତରୀୟ କୃଷି ପ୍ରଦର୍ଶନୀ, ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

1 min read
State Level Krushi Odisha Fair From 15th March

ଭୁବନେଶ୍ୱର: ଉନ୍ମୋଚନ ହେଲା କୃଷି ଓଡ଼ିଶା ମାସ୍କଟ ଛତୁ । କୃଷି ଓ କୃଷକଙ୍କ ଉନ୍ନୟନ ପାଇଁ ପ୍ରତିବର୍ଷ ଆୟୋଜିତ ହେଉଥିବା ରାଜ୍ୟସ୍ତରୀୟ କୃଷି ପ୍ରଦର୍ଶନୀ କୃଷି ଓଡ଼ିଶା ଆସନ୍ତା ୧୫ ତାରିଖରୁ ଆରମ୍ଭ ହେବ । ୫ ଦିନିଆ ରାଜ୍ୟସ୍ତରୀୟ କୃଷି ପ୍ରଦର୍ଶନୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୫ ତାରିଖରେ ଉଦଘାଟନ କରିବେ ।

କୃଷି ଓ କୃଷିର ଉନ୍ନତିକରଣ ପାଇଁ ଆବଶ୍ୟକ ଥିବା ବୈଷୟିକ ଜ୍ଞାନ କୌଶଳ , କୃଷି ଯନ୍ତ୍ରପାତି, ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ, ସମ୍ବଳ ବିକାଶ, ବଜାର ସୁବିଧା, ଆବଶ୍ୟକୀୟ ଋଣର ସହଜ ଉପଲବ୍ଧତା, ଉନ୍ନତ କୃଷି ସାମଗ୍ରୀର ବିନିଯୋଗ ଓ ବିତରଣ ବ୍ୟବସ୍ଥା ସମ୍ପର୍କରେ ଅଧିକ ସୂଚନା ଦେବ ଏହି ରାଜ୍ୟସ୍ତରୀୟ କୃଷି ପ୍ରଦର୍ଶନୀ ।

ଚଳିତ ବର୍ଷ କୃଷି ଓଡ଼ିଶାରେ ୧୬୦ ଗୋଟି ଷ୍ଟଲ ପ୍ରଦର୍ଶିତ ହେବ । ବର୍ତ୍ତମାନ ଛତୁ ଗୁଣାତ୍ମକ, ସହଜ ଉପଲବ୍ଧତା, ଅଧିକ ଲାଭ, ଉନ୍ନତ ପୃଷ୍ଟିଯୁକ୍ତ ଖାଦ୍ୟ ହୋଇଥିବାରୁ ଏହାକୁ କୃଷି ଓଡ଼ିଶା-୨୦୨୧ରେ ମାସ୍କଟ ଭାବେ ଚୟନ କରାଯାଇଛି ।

Leave a Reply