ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ରାଜ୍ୟ ସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ

ଭୁବନେଶ୍ୱର : ଭୁବନେଶ୍ୱରରେ ଜାତୀୟ ପ୍ରେସ ଦିବସ ଅନୁଷ୍ଠିତ । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ରାଜ୍ୟ ସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ ହୋଇଛି। ଏଥିରେ କୃତ୍ରିମ ବୁଦ୍ଧିମତା ଯୁଗରେ ଗଣମାଧ୍ୟମ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି । ମୁଖ୍ୟ ଅତିଥି ଭାବରେ ଜଙ୍ଗଲ ଓ ପରିବେଶ, ସୂଚନା ଓ ଲୋକ ସଂର୍ପକ ବିଭାଗର ମନ୍ତ୍ରୀ ପ୍ରଦୀପ ଅମାତ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବରେ ଉତ୍କଳ ପ୍ରସଙ୍ଗର ସମ୍ପାଦିକା କସ୍ତୁରୀ ମହାପାତ୍ର, ମୁଖ୍ୟ ବକ୍ତା ଭାବରେ ଓଡିଶା ଲାଇଭର ପ୍ରତିଷ୍ଠାତା ସମ୍ପାଦକ ନୀଳାମ୍ବର ରଥ ଯୋଗ ଦେଇଥିଲେ । ଏ ଅବସରରେ ଗଣତନ୍ତ୍ରକୁ ସୁଦୃଢ ଓ ସ୍କକ୍ରିୟ କରିବାରେ ଗଣତନ୍ତ୍ରର ଭୂମିକା ଗୁରୁତ୍ବପୂର୍ଣ୍ଣ ଏବଂ ଏଆଇକୁ ବ୍ୟବହାର ଉପରେ ମତ ରଖିଥିଲେ ମନ୍ତ୍ରୀ । ପୂର୍ବରୁ ଲୋକ କାମ କରୁ ଥିଲେ , ଆଜି ମେସିନ କାମ କରୁଛି। ଆଜିର ବିଜ୍ଞାନ ଯୁଗରେ ଟେକନଲୋଜି ବ୍ୟବହାର କରାଯାଉଛି । ତାକୁ ସଠିକ ଢଙ୍ଗରେ ବ୍ୟବହାର କରିବାକୁ କହିଛନ୍ତି  ।

କୃତ୍ରିମ ବୁଦ୍ଧିମତା ଉପରେ ସମ୍ପୃର୍ଣ୍ଣ ନିର୍ଭରଶୀଳ ନହୋଇ ନିଜସ୍ବ ଚିନ୍ତାଚେତନାକୁ ସମାନ୍ତରଳ ଭାବରେ ବ୍ୟବହାର କରିବାର ଆବଶ୍ୟକତା ରହିଛି ବୋଲି ନୀଳାମ୍ବର ରଥ କହିଛିନ୍ତି ।ଏଥି ସହିତ ଗଣମାଧ୍ୟମର ପ୍ରତିନିଧି ମାନେ ମହିଳା ଓ ଶିଶୁ ସମ୍ପର୍କିତ ଖବର ପରିବେଷଣ ବେଳେ ବିଶେଷ ଯତ୍ନବାନ ହେବା ଉଚିତ ।  ଗଣତନ୍ତ୍ରକୁ ଛାଡି ଅନ୍ୟ କୌଣସି ତନ୍ତ୍ର ଭାରତବର୍ଷରେ ତିଷ୍ଟି ପାରିବ ନାହିଁ ବୋଲି ରାଜ୍ୟସ୍ତରୀୟ ପ୍ରେସ ଦିବସରେ ବିଭାଗର ନିର୍ଦ୍ଦେଶକ ସରୋଜ ସାମଲ କହିଥିଲେ । ଆଜିର ପ୍ରସଙ୍ଗରେ ବିଭିନ୍ନ କଲେଜ ଓ ବିଶ୍ବବିଦ୍ୟାଳର ଭାଗ ନେଇଥିବା ବକ୍ରୃତା ପ୍ରତିଯୋଗିତାରେ ୬ ଜଣ ଛାତ୍ରଛାତ୍ରୀଙ୍କୁ  ମାନପତ୍ର ସହିତ ପୁରସ୍କୃତ କରାଯାଇଥିଲା । ସମ୍ବାଦପତ୍ର ପ୍ରଦର୍ଶନୀରେ ସହଯୋଗ କରିଥିବା ପେପର ମ୍ୟାନ ଇଣ୍ଡିଆ ଭାବରେ ପରିଚିତ ଶଶାଙ୍ଗ ସେଖର ଦାଶଙ୍କୁ ସମ୍ମାନିତ କରାଯାଇଥିଲା ।