ରାଜ୍ୟରେ ସ୍ୱାଭାବିକ୍‌ଠାରୁ କମ୍‌ ବର୍ଷା, ଆଗକୁ ଏମିତି ପାଣିପାଗ ରହିଲେ ପରିସ୍ଥିତି ଖରାପ ହେବ…

State Receives Less Than normal rainfall The situation will get worse if Weather continues like this

ଭୁବନେଶ୍ୱର: ବର୍ଷା ଗାଏବ । ଶ୍ରାବଣରେ ଜମି ଫାଟି ଆଁ କଲାଣି । ମୌସୁମୀର ଲୁଚକାଳି ଭିତରେ ବଳି ପଡିଲାଣି ରାଜ୍ୟର ୧୧ ଜିଲ୍ଲା । ସ୍ଵାଭାବିକ ଠାରୁ କମ ବର୍ଷା ହୋଇଥିବାରୁ ସୃଷ୍ଟି ହେଲାଣି ମରୁଡ଼ି ପରିସ୍ଥିତି । ୩୦ ଜିଲ୍ଲା ମଧ୍ୟରୁ କେବଳ ଝାରସୁଗୁଡ଼ା ଜିଲ୍ଲାରେ ୨୧.୭ ପ୍ରତିଶତ ଅଧିକ ବର୍ଷା ରେକର୍ଡ ହୋଇଛି । ବର୍ଷା ଅଭାବ ଯୋଗୁଁ ଚାଷୀ କୂଳରେ ହାହାକାର ସୃଷ୍ଟି ହୋଇଥିବା ବେଳେ ସେପଟେ କୃଷି ବଶେଷଜ୍ଞ କହିଛନ୍ତି ଆଗକୁ ବର୍ଷା ଠିକ୍‌ ନହେଲେ ଏସବୁ ଜିଲ୍ଲାରେ ବି  ମରୁଡି ପରିସ୍ଥିତି ଉପୁଜିବ ।

Drought ଭୂତାଣୁ ଭୟକୁ ଖାତିର କରିନଥିବା ଚାଷୀ ଏବେ ହତାଶ । ଅନେକ ସ୍ପପ୍ନ ନେଇ ବିଲରେ ଚାଷ କାର୍ଯ୍ୟ ଆରମ୍ଭ କରିଥିଲା ଚଷା ପୁଅ । ହେଲେ ଏବେ ସେ ନିଜ ଫସଲ ବଞ୍ଚାଇବାକୁ ଜଳ ଟୋପାଏ ପାଇଁ ଡହଳ ବିକଳ ହେଉଛି । ଚଳିତ ବର୍ଷ ପୁରୀ, କେନ୍ଦ୍ରାପଡା, ବାଲେଶ୍ୱର, ଢେ଼ଙ୍କାନାଳ, ସୋନପୁର, ଜଗତସିଂହପୁର ନୟାଗଡ଼ କଟକ ଯାଜପୁର ଖୋର୍ଦ୍ଧା ଓ ଭଦ୍ରକ ଜିଲ୍ଲାର ଚାଷୀ ଚିନ୍ତାରେ ପଡ଼ିଛନ୍ତି । ଏହି ୧୧ଜିଲ୍ଲାରେ ଚଳିତ ବର୍ଷ ସ୍ଵାଭାବିକ ଠାରୁ କମ ବର୍ଷା ହୋଇଛି । ଫଳରେ ବିଲରେ ଏପର୍ଯ୍ୟନ୍ତ ତଳି ରୁଆ କାର୍ଯ୍ୟ ମଧ୍ୟ ହେଇପାରିନି ।

Drought

ଜୁନ ଓ ଜୁଲାଇ ମାସରେ ସମସ୍ତ ଜିଲ୍ଲାରେ ୧୧.୪ ପ୍ରତିଶତ ବର୍ଷା ରେକର୍ଡ କରାଯାଇଛି । ପୁରୀ ୬୫.୮ ମିଲିମିଟର କମ ବର୍ଷା ହୋଇଛି, ତା’ ପଛକୁ ରହିଛି କେନ୍ଦ୍ରାପଡ଼ା, ଏଠାରେ ୫୦.୭ ମିଲିମିଟର କମ୍ ବର୍ଷା ହୋଇଛି । ଏନେଇ ସ୍ଵତନ୍ତ୍ର ରିଲିଫ୍‌ କମିଶନର କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଯଦି ଏଭଳି ସ୍ଥିତି ଜାରି ରହେ ତାହାଲେ ଆଗାମୀ ଦିନରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି । ସେପଟେ ଏସ୍‌ଆରସିଙ୍କ ପକ୍ଷରୁ କମ ବର୍ଷା ନେଇ ତଥ୍ୟ ଆସିବା ପରେ କୃଷି ବିଶେଷଜ୍ଞ ମାନେ ଏହା ଏକ ସ୍ଵାଭାବିକ ପ୍ରକ୍ରିୟା ବୋଲି କହିଛନ୍ତି ।

Drought

କରୋନା ମହାମାରୀ ଯୋଗୁଁ ୪ମାସ ହେବ ଚାଷ କାର୍ଯ୍ୟ ବ୍ୟାହତ ହୋଇଥିଲା । ଏହି ସମୟରେ କମ୍‌ ବର୍ଷା ଓ ମରୁଡ଼ି ପରିସ୍ଥିତି ସୃଷ୍ଟି ହେବା ଚାଷୀଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି ।

Leave a Reply