ଖଣି ଅଞ୍ଚଳର ଥିବା ଆଇଟିଆଇଗୁଡ଼ିକୁ ଉତ୍କର୍ଷ କେନ୍ଦ୍ର କରିବେ ସରକାର, ବଢ଼ିବ ନିଯୁକ୍ତ ସୁଯୋଗ …

ଭୁବନେଶ୍ୱର: ସରକାରୀ ଆଇଟିଆଇରେ ଶତ ପ୍ରତିଶତ ନିଯୁକ୍ତି ରହୁଛି । ହେଲେ ଏହାର ପାଠ୍ୟକ୍ରମ ସିମୀତ ରହିବାରୁ, ଶିକ୍ଷାର ବିକାଶ ଅଟକି ଯାଉଛି । ବିଶେଷ କରି ଖଣି ଅଞ୍ଚଳରେ ଥିବା ସରକାରୀ ଆଇଟିଆଇ ଓ ପଲିଟେକନିକ୍ କଲେଜରେ ଏପରି ଲକ୍ଷ୍ୟ କରାଯାଉଛି । ହେଲେ ଏଣିକି ଖଣି ଅଞ୍ଚଳରେ ଥିବା ସରକାରୀ ଆଇଟିଆଇ ଓ ପଲିଟେକନିକ କଲେଜ ଗୁଡ଼ିକୁ ଉତ୍କର୍ଷ କେନ୍ଦ୍ର କରିବେ ରାଜ୍ୟ ସରକାର ।

ଏଥିରେ ବଡ଼ବିଲ ଓ ଯାଜପୁର ପଲିଟେକନିକ୍, ଆଇଟିଆଇ ବଡ଼ବିଲ, ମାଇନିଂ ଇଂଜିନିୟରିଂ କଲେଜ କେନ୍ଦୁଝର, ଆଇଟିଆଇ ରାଉରକେଲା, ୟୁଜିଆଇଇ ରାଉରେକଲା ସାମିଲ ହେବ । ଯେଉଁଥିରେ ଆଇଟି ଲାବରୋଟରିର ଆଧୁନିକିକରଣ, ଦକ୍ଷତା ବିକାଶ କ୍ଲାସ୍, କର୍ମଶାଳା, ଆଧୁନିକ କ୍ଲାସରୁମ୍ ଓ ହଷ୍ଟେଲ ସୁବିଧାର ଉନ୍ନତି କରାଯିବ । ଯାହାର ସମସ୍ତ ଖର୍ଚ୍ଚ ବହନ କରିବ ଓମବାଡସ୍ । ଉତ୍କର୍ଷ କେନ୍ଦ୍ର ହେଲେ ଡ୍ରୋନ ପାଇଲଟିଂ, ସୋଲାର ଟେକନୋଲୋଜି, ସ୍କାର୍ଟ ଏଗ୍ରିକଲଚର, ସ୍ମାର୍ଟ ହର୍ଟିକଲଚର, ରୋବୋଟିକ୍ ଟେକନୋଲୋଜି, ମେକାଟ୍ରୋନିକସ୍, ଆଡିଟିଭ୍ ମ୍ୟାନୁଫାଚରିଂ ଟେକନୋଲେଜି ପରି ନୂଆ ପାଠ୍ୟକ୍ରମ ଆରମ୍ଭ ହେବ ।

ଏହି କ୍ରମରେ ବଡ଼ବିଲ ଆଇଟିଆଇକୁ ଦେଶର ମଡେଲ ଆଇଟିଆଇ ଭାବେ ଚିହ୍ନଟ କରାଯାଇଛି । କଟକ, ପଟ୍ଟାମୁଣ୍ଡାଇ ଓ ବାଲେଶ୍ୱର ଆଇଟିଆଇକୁ ଉତ୍କର୍ଷ କେନ୍ଦ୍ର କରାଯାଇଛି । ଏଠାରେ ମାରୁତି ସୁଜୁକି, ଆଇପିଏସସି, ଏଚଏସଆଇଏଲ୍ ଓ ସେନିଡର ଇଲେକଟ୍ରିକ୍ ପରି କଂପାନୀ ନିଯୁକ୍ତି ପ୍ରକ୍ରିୟାରେ ସାମିଲ ହେଉଛନ୍ତି ।

Leave a Reply