ବସ୍‌ଷ୍ଟାଣ୍ଡରେ ଡିଲ୍ ବେଳେ ମାଡ଼ି ବସିଲା ଏସ୍‌ଟିଏଫ୍: ବାଘ ଛାଲ ସହ ୨ ବେପାରୀ ଗିରଫ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ ଅଞ୍ଚଳରୁ କଲରାପତରିଆ ବାଘ ଛାଲ ଜବତ । ଚାଟଣି ବସଷ୍ଟାଣ୍ଡରେ ଡିଲ୍ ବେଳେ ୨ ବେପାରୀଙ୍କୁ ଧରିଲା କ୍ରାଇମବ୍ରାଞ୍ଚ ଏସଟିଏଫ । ଗିରଫ ଅଭିଯୁକ୍ତ ହେଲେ ରାଇରଙ୍ଗପୁର ପଲାସବାନିର ଅଜିତ କୁମାର ଗିରି ଓ ଖୁଣ୍ଟା ଜାଗୁଲାରଘର ଖୁଣ୍ଟାର ଚନ୍ଦ୍ରକାନ୍ତ କୁର୍ଜୀ । ବନ୍ୟଜନ୍ତୁ ଶିକାରୀଙ୍କ ବିରୋଧରେ ଅପରେସନ ଜାରି ରହିଥିବା ବେଳେ ଗତ ୧ବର୍ଷରେ ୧୯ଟି ବାଘଛାଲ, ୧୦ଟି ହାତୀ ଦାନ୍ତ, ୨ଟି ହରିଣ ଛାଲ, ୫ ବଜ୍ରକାପ୍ତା ଓ ୧୫ କେଜି ବଜ୍ରକାପ୍ତା କାତି ଜବତ କରିଛି ଏସଟିଏଫ୍ । ୩୯ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।

ପୂର୍ବରୁ କନ୍ଧମାଳ ବାଲିଗୁଡ଼ା ରେଞ୍ଜ ସିପତିଗୁଡ଼ାରୁ ବାଘଛାଲ ଜବତ କରିଥିଲା ଏସଟିଏଫ । ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୋଲିସ । ଅଭିଯୁକ୍ତ ହେଲେ ବାଲିଗୁଡ଼ା ହାଟପଡ଼ା ସାହିର ବିଦ୍ୟାଧର ନାୟକ । ତାଙ୍କ ଠାରୁ ବାଘ ଛାଲ ସମେତ ଶୀକାରରେ ବ୍ୟବହୃତ ସାମଗ୍ରୀ ଜବତ କରିଛି ଏସଟିଏଫ । ଗିରଫ ଅଭିଯୁକ୍ତଙ୍କୁ ବନବିଭାଗକୁ ହସ୍ତାନ୍ତର କରିଛି ଏସଟିଏଫ । ଏସଟିଏଫର ସ୍ପେଶାଲ ଡ୍ରାଇଭ ମାଧ୍ୟମରେ ଗତ ବର୍ଷକ ମଧ୍ୟରେ ୧୬ଟି କଲରାପତରିଆ ଛାଲ, ୯ଟି ହାତୀ ଦାନ୍ତ, ୨ଟି ହରିଣ ଛାଲ, ୪ଟି ଜୀବନ୍ତ ବଜ୍ରକାପ୍ତା ଓ ୧୫ କେଜି ବଜ୍ରକାପ୍ତା କାତି ଜବତ କରାଯାଇଛି । ମାମଲାରେ ୩୩ ଜଣ ଶିକାରୀ ଓ ଚୋରା ବେପାରୀଙ୍କୁ ଗିରଫ କରାଯାଇଥିବା ଏସଟିଏଫ କହିଛି ।

ଏଥିସହିତ ପଢ଼ନ୍ତୁ: ଧଳା ଜହର କବଳରେ ରାଜଧାନୀ ଭୁବନେଶ୍ୱର, ଜବତ ହେଲା ୧୦୦ ଗ୍ରାମ୍‌ ବ୍ରାଉନସୁଗର

Leave a Reply