ବିହାର ବିଧାନସଭା ନିର୍ବାଚନ : କାହିଁକି ଗୁରୁତ୍ୱପୂର୍ଣ୍ଣ ଚତୁର୍ଥ ପର୍ଯ୍ୟାୟ, ମହାମେଣ୍ଟର ଖେଳ ବିଗିଡିବ କି…

1 min read

ପାଟନା: ବିହାର ବିଧାନସଭାର ତୃତୀୟ ପର୍ଯ୍ୟାୟ ନିର୍ବାଚନ ଶନିବାର ଅନୁଷ୍ଠିତ ହେବାକୁ ଯାଉଛି । ଏହି ପର୍ଯ୍ୟାୟକୁ ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । ଏହି ପର୍ଯ୍ୟାୟରେ ଭୋଟ ଧ୍ରୁବୀକରଣର ଅଧିକ ଆଶଙ୍କା ରହିଥିବା କୁହାଯାଉଛି । ବିହାର ନିର୍ବାଚନରେ ତୃତୀୟ ମେଣ୍ଟ ଭାବେ ଉଭା ହୋଇଥିବା ଗ୍ରାଣ୍ଡ ସେକୁଲାର ଫ୍ରଣ୍ଟ ଉପସ୍ଥିତି ମଧ୍ୟ ବଡ଼ ରାଜନୈତିକ ଦଳର ଖେଳ ବିଗାଡି ଦେଇପାରେ ।

Bihar Election

ଏହି ପର୍ଯ୍ୟାୟରେ ୭୮ଟି ଆସନରେ ମତଦାନ ହେବାକୁ ଯାଉଛି । ବିହାର ସୀମାଞ୍ଚଳ ଏବଂ ମିଥିଳାଞ୍ଚଳରେ ଏହି ମତଦାନ ହେବାକୁ ଯାଉଛି । ଏନଡିଏ ଏବଂ ମହାଗଠବନ୍ଧନ ବ୍ୟତୀତ ଅନ୍ୟ ଦଳର ଉପସ୍ଥିତି ହିଁ ଏହି ପର୍ଯ୍ୟାୟକୁ ଅଧିକ ରୋଚକ କରିଛି । ପୂର୍ବ ନିର୍ବାଚନରେ ଏହି ୧୬ ଜିଲାରେ ହୋଇଥିବା ମତଦାନରେ ପୂର୍ବ ମହାଗଠବନ୍ଧନ ୭୮ରୁ ୫୮ଟି ଆସନ ଜିତିଥିଲା । ହେଲେ ସେ ସମୟରେ ନୀତିଶ କୁମାର ହିଁ ମହାଗଠବନ୍ଧନର ଚେହେରା ଥିଲେ । ଏବେ ନୀତିଶ ଏନଡିଏରେ ଅଛନ୍ତି । ପୂର୍ବ ନିର୍ବାଚନରେ ବିଜେପି ୧୯ଟି ଆସନ ଜିତିପାରିଥିଲା । କଂଗ୍ରେସ ଆରଜେଡି ଉଭୟ ମିଶି ୩୦ ଆସନ ଜିତି ପାରିଥିଲେ ।

ବିଶେଷକରି ସୀମାଞ୍ଚଳର ୨୪ଟି ବିଧାନସଭା ଆସନ ଉପରେ ସମସ୍ତଙ୍କ ନଜର ରହିବ । ମହାଗଠବନ୍ଧନର ୧୪, ଏନଡିଏର ୯ ଏବଂ ଏଆଇଏମଆଇଏମର ଜଣେ ବିଧାୟକ ରହିଛନ୍ତି । ଚଳିତ ନିର୍ବାଚନରେ କୁଶୱା-ଅସଉଦ୍ଦିନ ୱଏସୀଙ୍କ ମେଣ୍ଟ ମହାଗଠବନ୍ଧନର ଭୋଟ କାଟି ଦେବ ବୋଲି କେତେକ ସମୀକ୍ଷକ ମତ ରଖିଛନ୍ତି । ସେହିପରି ମିଥିଳାଞ୍ଚଳର ୩୮ଟି ଆସନରେ ମତଦାନ ହେବାର ରହିଛି । ବିଜେପି ଏହି ସବୁ ଆସନରେ ମାତ୍ର ୬ଟି ଆସନରେ ଗତଥର ବିଜୟୀ ହୋଇଥିଲା । ଚମ୍ପାରଣ ଜିଲା ମଧ୍ୟ ମହାଗଠବନ୍ଧନ ଦ୍ୱାରା ସମ୍ପୂର୍ଣ୍ଣ ଅକ୍ତିଆର କରାଯାଇଥିଲା ।

 

Leave a Reply