ଏଣିକି ହ୍ବାଟ୍ସଆପରେ ଏହି କାମ ପାଇଁ ଦେବାକୁ ପଡ଼ିବ ଟଙ୍କା

ନନ୍ଦିଘୋଷ ବ୍ୟୁରୋ: ସୋସିଆଲ ମିଡିଆ ଯୁଗରେ ହ୍ବାଟ୍ସଆପ ସମସ୍ତ ବ୍ୟବହାର କରିଥାନ୍ତି । କିଛି ଡାଟା ହେଉ ଅବା ଫଟୋ ଭିଡିଓ ଆମେ ଏହି ଆପ ଜରିଆରେ ପଠାଇଥାଉ । ପ୍ରାୟତଃ ସମସ୍ତଙ୍କ ମୋବାଇଲେ ଏହା ନିଶ୍ଚିତ ଭାବେ ରହିଛି । ଏଣୁ ହା୍ବାଟ୍ସଆପ ବିନା ଅନେକ ଅସୁବିଧାର ସମ୍ମ୍ୁଖୀନ ମଧ୍ୟ ହେବାକୁ ପଡ଼ିବ । ତେବେ ମାଗଣାରେ ବ୍ୟବହାର ହେଉଥିବା ଏହି ଆପ ପାଇଁ ଏବେ ଶୁଳ୍କ ଦେବାକୁ ପଡ଼ିବ । କିଛି କାମ ପାଇଁ ହ୍ବାଟ୍ସଆପକୁ ଟଙ୍କା ଦେବାକୁ ପଡ଼ିବ । ଗତ ବର୍ଷ କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଥିଲା କି, ଚାଟ୍ ବ୍ୟାକଅପ ପାଇଁ ଟଙ୍କା ଦେବାକୁ ପଡ଼ିବ । ତେବେ ଚାଟ୍ ବ୍ୟକଅପ ପାଇଁ ଗୁଗଲ ଡ୍ରାଇଭ ବ୍ୟବହାର କରାଯିବ । ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ହ୍ବାଟ୍ସଆପ ଆଣ୍ଡ୍ରଏଡର ବିଟା ଭର୍ସନ ପାଇଁ ଏହା  ବଦଳାଯାଉଛି । ଯଦି ଆପଣ ବିଟା ୟୁଜର୍ସ ତାହେଲେ ଆପଣଙ୍କ ହ୍ବାଟ୍ସଆପର ବ୍ୟାକଅପ ଆରମ୍ଭ ହୋଇସାରିବଣି । ଗୁଗଲ ୟୁଜର୍ସଙ୍କୁ ୧୫ ଜିବି ପର୍ଯ୍ୟନ୍ତ ମାଗଣା ଷ୍ଟୋରେଜ ଦେବ । କିନ୍ତୁ ଏହି ଷ୍ଟୋରେଜ ଫୁଲ ହେବା ପରେ ମାସିକ ୧୩୦ ଟଙ୍କା ଦେବାକୁ ପଡ଼ିବ ।

ବିଟା ୟୁଜର୍ସମାନେ ନିଜର ହ୍ବାଟ୍ସଆପ ସେଟିଙ୍ଗକୁ ଯାଇ ନିଜର ଚାଟ ବ୍ୟାକଅପକୁ ଦେଖିପାରିବେ । ଏଥିରେ କେତେ ଷ୍ଟୋରେଜ ଖାଲି ରହିଛି ତାହା ଜାଣିପାରିବେ । କେତେ ଜିବି ଏବଂ କେବି ଖାଲି ରହିଛି ତାହା ଜଣାପଡ଼ିବ । ହ୍ବାଟ୍ସଆପର ଏହି ଲାଟେଷ୍ଟ ଭର୍ସନ ନମ୍ବର ୨.୨୪.୩.୨୧.ରେ ଦେଖଉଛି । ଚାଟ ବ୍ୟାକଅପକୁ ମ୍ୟାନେଜ କରିବା ପାଇଁ ୟୁଜର୍ସଙ୍କୁ ଗୁଗଲ ଆପର ମ୍ୟାନେଜ ଷ୍ଟୋରେଜ ସେକ୍ସନକୁ ଯିବାକୁ ପଡ଼ିବ । ଯେଉଁଥିରେ ଆପଣ ଜାଣିପାରିବେ କି ଜିମେଲ, ଗୁଗଲ ଫଟୋ ଏବଂ ଡ୍ରାଇଭ ଷ୍ଟୋରେଜ ବ୍ଲାଉଜ ଷ୍ଟୋରେଜର କେତେ ସ୍ପେସ ଖାଲି ରହିଛି ତାହା ଜଣାପଡ଼ିବ ।

ଯଦି ଆପଣ ଚାହିଁବେ କି, ହ୍ବାଟଆପ ଡାଟା ଗୁଗଲ ଡ୍ରାଇଭକୁ ନଯାଉ ତାହେଲେ ଆପଣ ବ୍ଲାଉଡ ସର୍ଭିସ ପାଇଁ ଡାଟାକୁ ବନ୍ଦ କରିପାରିବେ । ଏହା ସ୍ଥାନରେ ଆପଣ ନୂଆ ଫୋନକୁ ସୁଇଚ କରିବା ସମୟରେ ବିଲ୍ଟ ଇନ ହ୍ବାଟ୍ସଆପ ଚାଟ ଟ୍ରାନ୍ସଫର ଟୁଲର ବ୍ୟବହାର କରିପାରିବେ । ନୂଆ ଫୋନକୁ ଡାଟା ଟ୍ରାନ୍ସଫର ସମୟରେ ପୁରୁଣା ଫୋନ ଓ୍ବାଇଫାଇ ସହ ଯୋଡ଼ି ହୋଇଥାଏ ।