ବିହାରରେ ଆତଙ୍କ ଖେଳାଇଲା ବୁଲା କୁକୁର, ୮୦ ଲୋକଙ୍କୁ କଲା ଆହତ

ପାଟନା: ବିହାର ଆରା ସହରରେ ଆତଙ୍କ ଖେଳାଇଲା ଏକ ବୁଲା କୁକୁର । ପ୍ରାୟ ୮୦ ଲୋକଙ୍କୁ କରିଛି ଆହତ । ଶିବଗଞ୍ଜ, ଶୀତଳା ତୋଳା, ମହାଦେବ ରୋଡ, ସଦର ହସ୍ପିଟାଲ ରୋଡରେ କୁକୁର କାମୁଡିବାରୁ ୮୦ ଲୋକ ଆହତ ହୋଇଛନ୍ତି । ଆହତମାନଙ୍କୁ ଜିଲ୍ଲା ହସ୍ପିଟାଲ ସମେତ ଅନ୍ୟାନ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କୁକୁରକୁ ଧରିବା ସମ୍ଭବ ହୋଇ ନଥିବାବେଳେ ତାକୁ ସନ୍ଧାନ କରିବା ଲାଗି ଖୋଜାଖୋଜି ଜାରି ରହିଛି । ବିଭିନ୍ନ ସ୍ଥାନରେ ପୋଲିସ ଓ ନିରାପତ୍ତାରକ୍ଷୀଙ୍କୁ ମୁତୟନ କରାଯାଇଛି ବୋଲି କହିଛନ୍ତି ଭୋଜପୁର ପୋଲିସ ଏସପି ପ୍ରମୋଦ କୁମାର ।