ଭୁବନେଶ୍ୱର ରେଳ ଷ୍ଟେସନରେ କଡ଼ାକଡ଼ି ହେଲା ନିୟମ

Strict Surveillance In Bhubaneswar Railway Station

ଭୁବନେଶ୍ୱର: ନୂଆ ଷ୍ଟ୍ରେନ୍ ପରେ କଡ଼ାକଡ଼ି ହେଲା ନିୟମ । ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନା ଯାତ୍ରୀଙ୍କୁ ଚିହ୍ନଟ ପାଇଁ ଭୁବନେଶ୍ୱର ରେଳ ଷ୍ଟେସନରେ ନିୟମକୁ କଡ଼ାକଡ଼ି କରାଯାଇଛି । ଷ୍ଟେସନରେ ସମସ୍ତ ବାଟ ବନ୍ଦ ରହିଥିବାବେଳେ କେବଳ ୧ ନମ୍ବର ପ୍ଲାଟଫର୍ମ ଦେଇ ଯାତ୍ରୀ ଯିବା ଆସିବା କରିପାରିବେ । ସମସ୍ତ ଗଳା ବାଟ ବନ୍ଦ କରି ନଜର ରଖା ଯାଇଥିବା କହିଛନ୍ତି ଷ୍ଟେସନ ନିର୍ଦ୍ଦେଶକ ।

ପୋଲିସ ଓ ବିଏମସି ସହାୟତାରେ ଆସୁଥିବା ଯାତ୍ରୀଙ୍କ ଭାକ୍ସିନେସନ ରିପୋର୍ଟ ଓ କୋଭିଡ୍ ନେଗେଟିଭ୍ ରିପୋର୍ଟ ଯାଞ୍ଚ ହେଉଛି । ଯାହାର ରିପୋର୍ଟ ନାହିଁ ତାଙ୍କର ନାଁ ଠିକଣା ରେଜିଷ୍ଟ୍ରେସନ ସହ ବାଧ୍ୟତାମୂଳକ ସଙ୍ଗରୋଧ ପାଇଁ ପଠାଯାଉଛି । ବର୍ତ୍ତମାନ ଆନ୍ଧ୍ର ତେଲଙ୍ଗାନା ଭାୟା ହୋଇ ୨୦ରୁ ୨୨ ଟ୍ରେନ୍ ଯାତାୟତ କରୁଛି ।

ଏହାସହ କରୋନା ସଂକ୍ରମଣକୁ ଦେଖି ୭ଟି ଟ୍ରେନ୍ ବାତିଲ୍ କରାଯାଇଛି । କିଛି ଲୋକାଲ୍ ଟ୍ରେନ୍ ବି ରହିଛି । ଲୋକାଲ ଟ୍ରେନ୍ ବାତିଲ ନିଶ୍ଚିତ ସଂକ୍ରମଣ କମାଇବ ବୋଲି ଆଶା କରିଛନ୍ତି ଭୁବନେଶ୍ୱର ରେଳ ଷ୍ଟେସନ ନିର୍ଦ୍ଦେଶକ ଚିତ୍ତ ନାୟକ ।

Leave a Reply