ନନ୍ଦିଘୋଷ ବ୍ୟୁରୋ : ଜାପାନରେ ତୀବ୍ର ଭୂକମ୍ପ ଝଟକା। ପଶ୍ଚିମ ଜାପାନରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ତୀବ୍ରତା ୬.୨ ରେକର୍ଡ କରାଯାଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ଶିମାନେ ପ୍ରଦେଶର ୟାସୁଗି ସହର ବୋଲି ଜଣାପଡିଛି। ତେବେ ଭୂକମ୍ପକୁ ନେଇ କୌଣସି ସୁନାମୀ ଆଲର୍ଟ ଜାରି କରାଯାଇନାହିଁ। ଜାପାନର ପଶ୍ଚିମ ଚୁଗୋକୁ ଅଞ୍ଚଳରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା। ଏ ନେଇ ଜାପାନ ପାଣିପାଗ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। ଏହାପରେ ମଧ୍ୟ ଅନେକ ବଡ଼ ଭୂକମ୍ପ ଅନୁଭୂତ ହୋଇଥିଲା। ପ୍ରଥମ ଭୂମିକମ୍ପର କେନ୍ଦ୍ରସ୍ଥଳ ପୂର୍ବ ଶିମାନେ ପ୍ରଦେଶରେ ଥିଲା। ଚୁଗୋକୁ ବିଦ୍ଯୁତ ଶକ୍ତି ପ୍ରକଳ୍ପର ୩୨ କିମି ଦୂରରେ ରହିଛି ଶିମାନେ ନ୍ୟୁକ୍ଲିୟର ପାୱାର ଷ୍ଟେସନ।ତେବେ ଭୂକମ୍ପ ପ୍ରଭାବରୁ ଜାପାନର ଏହି ଆଣବିକ କେନ୍ଦ୍ରରେ କୌଣସି ଅସୁବିଧା ସୃଷ୍ଟି ହୋଇନଥିବା କହିଛନ୍ତି କର୍ତ୍ତୃପକ୍ଷ। ଗତ ମାର୍ଚ୍ଚ ୨୦୧୧ରେ ଫୁକୁସିମାରେ ହୋଇଥିବା ବିପର୍ଯ୍ୟୟ ପରେ ଏହା ବନ୍ଦ ରହିଥିଲା। ଏବେ ପୁଣି ଡିସେମ୍ବର ୨୦୨୪ରୁ ଏହା କାର୍ଯ୍ୟ କରୁଛି।

