spot_img

Latest Posts

ଅଠର ହଜାର ପାଓ୍ବାର କେନାଲରେ ଭାସିଯାଇ ଛାତ୍ରୀ ନିଖୋଜ

ବୁର୍ଲା: ସମ୍ବଲପର ବୁର୍ଲା ଥାନା ଅଠର ହଜାର ପାଓ୍ବାର କେନାଲରେ ଭାସିଯାଇ ଛାତ୍ରୀ ନିଖୋଜ। ନିଖୋଜ ଛାତ୍ରୀ ଜଣଙ୍କ ହେଲେ ନିଶା ଝା । ତାଙ୍କ ଘର ଝାରସୁଗୁଡ଼ା ଅଞ୍ଚଳର ବୋଲି ଜଣାପଡ଼ିଛି। ଜଣେ ସାଙ୍ଗଙ୍କ ସହ ବୁଲିବାକୁ ଆସି ଭାସିଯାଇଥିବା ଜଣାପଡ଼ିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେସନ କରିଛି । ଗଙ୍ଗାଧର ମେହର ବିଶ୍ବବିଦ୍ୟାଳୟର ଇଂରାଜୀ ଅନର୍ସ ଦ୍ବିତୀୟ ବର୍ଷର ଜଣେ ଛାତ୍ରଙ୍କ ସହ ଝାରସୁଗୁଡ଼ା ଅଞ୍ଚଳର ନିଶାଙ୍କ ସହିତ ଇନଷ୍ଟାଗ୍ରାମରେ ବନ୍ଧୁତା ହୋଇଥିଲା ।

ଗତକାଲି ପ୍ରଥମଥର ପାଇଁ ନିଶା ସମ୍ବଲପୁର ସହର ଜଗନ୍ନାଥ କଲୋନୀସ୍ଥିତ ଭଉଣୀ ଘରକୁ ଆସିଥିଲେ। ଏହା ପରେ ସେ ଛାତ୍ରଙ୍କ ସହ ସ୍କୁଟି ସାହାଯ୍ୟରେ ୧୮ ହଜାର ପାଓ୍ବାର କେନାଲ ଅଞ୍ଚଳକୁ ବୁଲିବା ପାଇଁ ଯାଇଥିଲେ। ସେଠାରେ ନିଶା ପାଣିରେ ଖେଳୁଖଥିବା ସମୟରେ ଭାସିଯାଇଥିଲେ । ଏପରିକି ପାଣିରେ ଖେଳୁଥିବା ସମୟର ଭିଡିଓ ମଧ୍ୟ ଉତ୍ତୋଳନ କରିଛନ୍ତି ଛାତ୍ର ଜଣଙ୍କ। ଭାସିଯିବା ପରେ ଛାତ୍ର ଜଣଙ୍କ ଫୋନ କରି ଅଗ୍ନିଶମବାହିନୀକୁ ଡାକିଥିଲେ । ପୋଲିସ ଛାତ୍ର ଜଣଙ୍କୁ ଅଧିକ ପଚରଉଚରା କରିଛି।

Latest Posts

Don't Miss