କୁମ୍ଭୀର ମୁହଁରୁ ବାନ୍ଧବୀଙ୍କ ଜୀବନ ଛଡ଼ାଇ ଆଣିଲେ ଛାତ୍ରୀ

1 min read

କୌଣସି ସିନେମା-ସିନ୍ ଠାରୁ କମ ନଥିଲା ଏ ଦୃଶ୍ୟ ।

ସତରେ କ’ଣ ଏମିତି ହେଇପାରେ? ଛୋଟିଆ ଝିଅଟିଏ କଣ ସତରେ ଦେଖାଇପାରେ ଏତେମାତ୍ରାରେ ସାହସିକତା ?

ଆଜ୍ଞା ହଁ, ଘଟଣା ଆଶ୍ଚର୍ଯ୍ୟଜନକ ହେଲେ ବି ସତ୍ୟ ।

ଜିମ୍ୱାଓ୍ୱେର ସିଣ୍ଡ୍ରେଲା ଗାଁ, ସେଦିନ ସ୍କୁଲ ଛୁଟି ଥାଏ ,ଏକାସାଙ୍ଗରେ ପହଁରୁଥିଲେ ସାଙ୍ଗମାନେ ।

ଏତିକି ବେଳେ ହଠାତ ୯ବର୍ଷର ଝିଅ ଲତୋୟା ମୁଓ୍ୱାନୀର ଚିତ୍କାର ଶୁଭିଲା । ଚାହିଁଁବା ବେଳକୁ କୁମ୍ଭୀର ଲତୋୟାର ଗୋଡ଼ ଭିଡ଼ିଧରିଥିବା ଦେଖି ସମସ୍ତଙ୍କ ବୁଦ୍ଧି ହଜିଗଲା । ହେଲେ  ଲତୋୟାର ସାଙ୍ଗ ରେବେକା ମୁକମ୍ବେ ନିଜ ଜୀବନକୁ ବାଜି ଲଗାଇ ଏମିତି କାମ କଲେ ଯାହା ଆପଣ ବିଶ୍ୱାସ ବି କରିପାରିବେ ନାହିଁ । ରେବେକା କୁମ୍ଭୀରର ପିଠି ଉପରକୁ କୁଦିପଡ଼ିଲେ ଆଉ ତାପରେ କୁମ୍ଭୀର ଆଖିରେ ଆଙ୍ଗୁଳି ଗେଞ୍ଜିଦେଲେ ।

କୁମ୍ଭୀର ଛାଟିପିଟି ହୋଇ ଲତୋୟାକୁ ଛାଡ଼ିଦେଇଥିଲା ଏବଂ ଲତୋୟାକୁ ଧରି ପହଁରି ପହଁରି କୂଳକୁ ଆସିଥିଲେ ରେବେକା ମୁକମ୍ବେ । ସାଙ୍ଗମାନଙ୍କ ଭିତରୁ ବୟସରେ ସବୁଠୁ ବଡ଼ଥିବା ହେତୁ ରେବେକା ନିଜକୁ ଦମ୍ଭକରି ଏମିତି ଚେଷ୍ଟା କରିଥିବା କହିଛନ୍ତି । ଗାଁର ସବୁ ଲୋକ ରେବେକା ମୁକମ୍ବେଙ୍କୁ ଅଦମ୍ୟ ସାହସିକତା ପାଇଁ ସାବାସୀ ଦେଇଛନ୍ତି ।

-ସ୍ମୃତିଲଗ୍ନା ନନ୍ଦ

')}

Leave a Reply