spot_img

Latest Posts

ନୟାଗଡ଼ର ୪ କଲେଜରେ ନିର୍ବାଚନ ବାତିଲ

ନୟାଗଡ଼: ନୟାଗଡ଼ ଜିଲ୍ଲାର ୪ଟି ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବାତିଲ। ଆଇନଶୃଙ୍ଖଳା ପରିସ୍ଥିତି ଓ ସମ୍ଭାବ୍ୟ ଅଶାନ୍ତିକୁ ଦୃଷ୍ଟିରେ ରଖି ନିର୍ବାଚନକୁ ବାତିଲ କରିଛି ଜିଲ୍ଲା ପ୍ରଶାସନ। ନୟାଗଡ଼ ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟରେ ନାମାଙ୍କନପତ୍ର ଦାଖଲ ସମୟରେ ଗଣ୍ଡଗୋଳ ଓ ସଂଘର୍ଷ ଘଟିବା ପରେ ଏହି ପଦକ୍ଷେପ ନିଆଯାଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ହୋଇଛି ନିର୍ଦ୍ଦେଶନାମା। ବାତିଲ ହୋଇଥିବା ମହାବିଦ୍ୟାଳୟ ମଧ୍ୟରେ ରହିଛି ନୟାଗଡ଼ ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟ, ଲାଠିପଡ଼ା ମଡେଲ ଡିଗ୍ରୀ ମହାବିଦ୍ୟାଳୟ, ଖଣ୍ଡପଡ଼ା ପଠାଣି ସାମନ୍ତ ଡିଗ୍ରୀ ମହାବିଦ୍ୟାଳୟ ଓ ଭାପୁର ବାଲୁଙ୍କେଶ୍ୱର ଦେବ ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟ। ପରବର୍ତ୍ତୀ ନିର୍ଦ୍ଦେଶ ନ ଆସିବା ଯାଏଁ ନିର୍ବାଚନ ସମ୍ପର୍କିତ କାର୍ଯ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପଟେ ନିର୍ବାଚନ ପୂର୍ବରୁ ନୟାଗଡ ଇଟାମାଟି ବଂଶୀଧର ଡିଗ୍ରୀ ମହାବିଦ୍ୟାଳୟରେ ଅଶାନ୍ତି ଦେଖାଦେଇଛି। ଛାତ୍ର ସଂସଦ ନିର୍ବାଚନ ବଦଳରେ କଲେଜ ଅଧ୍ୟକ୍ଷା ସିଲେକ୍ସନ ଚୟନ ପ୍ରକ୍ରିୟାକୁ ଶୀଘ୍ର ସାରିବା ପାଇଁ ଯୋଜନା କରୁଥିବା ଅଭିଯୋଗ ହୋଇଛି। ଏହି ସବୁ ଘଟଣା ଜାଣିବା ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଯାହାକୁ ନେଇ ଛାତ୍ରଛାତ୍ରୀ ମାନେ ଆସି ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରାଣ ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ନୟାଗଡ ବିଧାୟକ ଅରୁଣ ସାହୁ ପହଞ୍ଚି ବୁଝାସୁଝା କରିବା ସହିତ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଥିଲେ।

Latest Posts

Don't Miss