ସ୍କୁଲରେ ତାଲା। ଶିକ୍ଷକ ବଦଳିକୁ ନେଇ ତାତିଲେ ଛାତ୍ରଛାତ୍ରୀ। ଫାଟକରେ ତାଲା ପକାଇ ଧାରଣା। ଜୟପୁର ବ୍ଲକ ଗଡପଦର ହାଇସ୍କୁଲରେ ହାଇଡ୍ରାମା। ପରୀକ୍ଷା ପୂର୍ବରୁ ଗଣିତ ଓ ଇଂରାଜୀ ଭଳି ଗୁରୁତ୍ଵପୂର୍ଣ୍ଣ ବିଷୟ ପଢାଉଥିବା ଶିକ୍ଷୟିତ୍ରୀଙ୍କ ବଦଳିକୁ ବିରୋଧ କରିଛନ୍ତି ଛାତ୍ରଛାତ୍ରୀ । ପ୍ରଧାନ ଶିକ୍ଷକଙ୍କୁ ବଦଳିର କାରଣ ପଚାରିବାରୁ ଗ୍ରାମବାସୀଙ୍କୁ ସେ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଫଳରେ ଗ୍ରାମବାସୀ ଉତ୍ୟକ୍ତ ହୋଇ ସ୍କୁଲ ଗେଟରେ ତାଲା ପକାଇଥିଲେ। ବଦଳି ହୋଇଥିବା ଶିକ୍ଷୟିତ୍ରୀଙ୍କୁ ପୁନଃନିଯୁକ୍ତି ସହ ପ୍ରଧାନଶିକ୍ଷକଙ୍କୁ ବଦଳି ଦାବି କରିଛନ୍ତି ଛାତ୍ରଛାତ୍ରୀ ।
୨ ଗଡ଼ପଦର ଉଚ୍ଚ ବିଦ୍ୟାଳୟରେ ଜୟପୁର ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ପହଞ୍ଚି ଉତ୍ୟକ୍ତ ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ। ଗ୍ରାମବାସୀଙ୍କ ଦାବିକୁ ଜିଲା ଶିକ୍ଷା ଅଧିକାରୀଙ୍କୁ ଜଣାଯାଇଛି । ପରବର୍ତ୍ତୀ ସମୟରେ ଯାହା ନିର୍ଦ୍ଦେଶ ଆସିବ ତା ପରେ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି । ସେପଟେ ସ୍କୁଲରେ ବିଭିନ୍ନ ପ୍ରକାର ଦୁର୍ନୀତି ହେଉଥିବା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ । ଯାହାକୁ ଖଣ୍ଡନ କରିବା ସହ ବଦଳିରେ କୌଣସି ଭୂମିକା ନଥିବା ସ୍କୁଲ ପ୍ରଧାନ ଶିକ୍ଷକ କହିଛନ୍ତି । ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ଖେଳୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ତୁରନ୍ତ ଘଟଣାର ତଦନ୍ତ କରି ଶୀଘ୍ର ପଦକ୍ଷେପ ନେବା ଜରୁରୀ ହୋଇପଡ଼ିଛି।

