spot_img

Latest Posts

ପାହାଡ଼ ଉପରେ ଚାଲିଛି ଭବିଷ୍ୟତ ଗଢ଼ା, ପାଠ ପଢ଼ିବାର ଠିକଣା ବଦଳାଇଛି ଅନ୍‌ଲାଇନ୍‌ କ୍ଲାସ୍‌

ରାୟଗଡ଼ା: ଅନ୍‌ଲାଇନ୍‌ କ୍ଲାସ୍‌ ପାଇଁ ଆବଶ୍ୟକ ସ୍ପିଡ ନେଟ୍‌। ଯେଉଁ ଦିନ ନେଟ୍‌ ନଥାଏ ସେଦଦିନ ପାଠ ପଢ଼ାରେ ଡୋରି ଲାଗିଲା। ତେବେ ପାଠ ପଢ଼ିବେ ବା କେମିତି। ଏମିତି ସମୟରେ କେବଳ ଗୋଡ଼ିଏ କଥା ମନକୁ  ଆସେ ପାହାଡ଼। ଅନ୍‌ଲାଇନ୍‌ କ୍ଲାସ୍‌ ପାଇଁ ଦରକାର ହେଉଥିବା ନେଟ୍‌ କେବଳ ପାହାଡ଼ ଉପରେ ହିଁ ମିଳିପାରିବ। ସେଥିପାଇଁ ଏବେ ଛାତ୍ରଛାତ୍ରୀଙ୍କର ପାଠ ପଢ଼ିବାର ଠିକଣା ପାହାଡ଼ ପାଲଟିଛି। ପାଠ ପଢ଼ିବାକୁ ଆଉ ସ୍କୁଲକୁ ଯିବାକୁ ପଡ଼ୁନି। ପାଠ ପଢ଼ିବାକୁ ହେଲେ ଏବେ ପାହାଡ଼ ଭରସା। ଛାତ୍ରଛାତ୍ରୀଙ୍କର ଗୋଟିଏ ଠିକଣା ଘର ହେଲେ ଆଉ ଏକ  ଠିକଣା ପାଲଟିଛି ପାହାଡ଼ । ସେଥିପାଇଁ ତ ଏବେ ପାହାଡ଼ ଉପରେ ଠା ଠା ଦେଖିବାକୁ ମିଳୁଛି ଛୋଟ ଛୋଟ କୁଡ଼ିଆ।

ପାହାଡ଼ ଉପରେ କୁଡିଆ କରି ପାଠ ପଢୁଛନ୍ତି ଛାତ୍ରଛାତ୍ରୀ। ରାୟଗଡ଼ା ଜିଲ୍ଲାର କାଶୀପୁର ବ୍ଲକର ଦୁର୍ଗମ ଅଞ୍ଚଳରୁ ଆସିଛି ଏଭଳି ଚିତ୍ର। ନୂଆ ସକାଳ ସହ ଆରମ୍ଭ ହୁଏ ଏମାନଙ୍କର ପାହାଡ଼ ଚଢ଼ା। ପାହାଡ଼ର ଚୋଟିରେ ବସି ଗଢ଼ିବାକୁ ଚେଷ୍ଟା କରନ୍ତି ଆଗାମି ଭବିଷ୍ୟତ ପାଇଁ ସୁନ୍ଦର ରାସ୍ତାଟେ। ମୋବାଇଲ୍ ନେଟ୍ଓ୍ୱର୍କର ସୁବିଧା ନଥିବାରୁ ପାଠ ପଢିବାକୁ ଛାତ୍ରଛାତ୍ରୀମାନେ ପାହାଡ଼ ଚଢୁଛନ୍ତି। ଅଣ୍ଡିରାକଞ୍ଚ ଗାଁର କିଛି ପିଲା ପାହାଡ଼ ଉପରେ କୁଡିଆ କରି ଅନଲାଇନ ଓ ୟିଟ୍ୟୁବରେ କ୍ଲାସ୍ କରୁଥିବା ଦେଖିବା ମିଳିଛି।

ଖରା ଓ ବର୍ଷାରୁ ରକ୍ଷା ପାଇବା ପାଇଁ ଡାଳପତ୍ର ପକାଇ କୁଡିଆ ତିଆରି କରିବା ସହ ତାହାରି ଭିତରେ ବସି କ୍ଲାସ୍ କରୁଛନ୍ତି। ମହାମାରୀ କରୋନା ପାଇଁ ଭୂଶୁଡି ପଡିଛି ଶିକ୍ଷା ବ୍ୟବସ୍ଥା। ଆଉ ଏହି ସମୟରେ ଶିକ୍ଷାକୁ ଗୁରୁତ୍ୱ ଦିଆଯାଇ ଅନଲାଇନ ଓ ୟିଟ୍ୟୁବ ମାଧ୍ୟମରେ କ୍ଲାସ୍ ହେଉଛି। ମାତ୍ର ମୋବାଇଲ ନେଟ୍ଓ୍ୱର୍କ ସୁବିଧା ନଥିବା ଦୁର୍ଗମ ଅଞ୍ଚଳରେ ପିଲାମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ବିପଦଶଙ୍କୁଳ ଅବସ୍ଥାରେ ପଢୁଛନ୍ତି। ସେପଟେ ନେଟ୍ଓ୍ୱର୍କ ସୁବିଧା ନଥିବା ଅଞ୍ଚଳରେ ବିକଳ୍ପ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି ଅଭିଭାବକ।

Latest Posts

Don't Miss